ବିଭିନ୍ନ ଯଜ୍ଞ ମଣ୍ଡପରେ ଜଗତଜନନୀ ମା’ ହିଙ୍ଗୁଳା ଦେବୀଙ୍କୁ ଦର୍ଶନ କଲେ ଆକାଶ
କୋରେଇ, ୦୯/୦୪ : ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀରେ ଅନେକ ଗ୍ରାମରେ ଜଗତଜନନୀ ମା’ ହିଙ୍ଗୁଳା ଦେବୀଙ୍କ ବିଶ୍ୱଶାନ୍ତି ମହାଯଜ୍ଞ ଉତ୍ସବ ଓ ନାମ ଯଜ୍ଞଉତ୍ସବ ୫ ତାରିଖ ଠାରୁ ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ମହାଆଡମ୍ବରପୂର୍ଣ୍ଣରେ ପାଳିତ ହେଉଅଛି । ଅନେକ ସ୍ଥାନରେ ୮ ତାରିଖ ଦିନ ମା’ଙ୍କ ଯଜ୍ଞର ପୂର୍ଣ୍ଣାହୂତି ହୋଇଥିଲା । ଏହି ପୂର୍ଣ୍ଣାହୂତି ଦିନ ଅମୃତିଆ ଗ୍ରାମପଞ୍ଚାୟତ ଅମୃତିଆ ଗ୍ରାମର ମା’ ହିଙ୍ଗୁଳା ଯଜ୍ଞ, ହଳଦୀଗଡିଆ ଗ୍ରାମପଞ୍ଚାୟତର ଶାଳକଣା ଗ୍ରାମର ମା’ ହିଙ୍ଗୁଳା ଯଜ୍ଞ, କାଚରାସାହି ଗ୍ରାମପଞ୍ଚାୟତ ତାଳଗଡିଆ ଗ୍ରାମର ମା’ ହିଙ୍ଗୁଳା ଯଜ୍ଞ, ଧନେଶ୍ୱର ଗ୍ରାମପଞ୍ଚାୟତ ଆଲଡା ଜଳସରପୁର ଗ୍ରାମର ମା’ ହିଙ୍ଗୁଳା ଯଜ୍ଞ, ଲକ୍ଷ୍ମୀନଗର ଗ୍ରାମପଞ୍ଚାୟତ ତରାପୁର ଗ୍ରାମର ମା’ ହିଙ୍ଗୁଳା ଯଜ୍ଞ, ଖମଣ ଗ୍ରାମପଞ୍ଚାୟତ ଶଙ୍ଖଚିଲା ମା’ ହିଙ୍ଗୁଳା ଯଜ୍ଞ ଓ ତଳଗଡ ଗ୍ରାମପଞ୍ଚାୟତ ତଳଗଡ ଗ୍ରାମର ମା’ ହିଙ୍ଗୁଳା ଯଜ୍ଞ ମଣ୍ଡପରେ ପହଂଚି ଜଗତଜନନୀ ମା’ ହିଙ୍ଗୁଳା ଦେବୀଙ୍କୁ ଦର୍ଶନ କରିବା ସହିତ ମା’ ହିଙ୍ଗୁଳା ଦେବୀଙ୍କ କୃପାରୁ ଅଞ୍ଚଳବାସୀଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିମୟ ହେଉ, ଏହା ହିଁ ମା’ଙ୍କ ପାଖରେ ପ୍ରାର୍ଥନା କରିଥିଲେ ଆକାଶ ଦାସନାୟକ, ମାନ୍ୟବର ମୋ କଲେଜ ଅଧ୍ୟକ୍ଷ, ଓଡିଶା ସରକାର ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




