ବାସୁଦେବ ପୂଜା କମିଟି ପକ୍ଷରୁ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି
ବିଷୟ _____ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଟିଣା ଗ୍ରାମର ମଳିକ ସାହିର ବାସୁଦେବ ପୂଜା କମିଟି ପକ୍ଷରୁ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି। ଭାଗବତ ପାରାୟଣ ଶୁଭାଧିବାସ,କପିଳ ଦେବହୂତି ସମ୍ବାଦ ଦକ୍ଷ ଓ ଧୃବ ରଚିତ,ଜଡଭରତ,ଅଜାମ୍ବିଳ ଓ ପ୍ରହଲ୍ଲାଦ ଚରିତ,ବଳୀଦାନ, ବଂଶାନୁଚରିତ ଓ ଶ୍ରୀକୃଷ୍ଣ ଜନ୍ମ,ଗୋପଲୀଳା, କଂସବଧ ଓ ରୁକ୍ମିଣୀ ବିବାହ, ଦ୍ବାରିକା ଲୀଳା ଓ ତତ୍ବାଜ୍ଞାନ ନିରୁପଣ ,ସାର୍ଗାରୋହଣ ଓ ଶ୍ରୀମଦ୍ ଭାଗବତ ଉଦଯାପନ,ଶ୍ରୀ ଶ୍ରୀ ଅଷ୍ଟମପ୍ରହର ନାମ ସଂର୍କୀନ ଶୁଭାଧିବାସ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତଙ୍କ ପରିବାରକୁ ବନ୍ଧୁ ବାନ୍ଧବ ଆସିଥାନ୍ତି ଓ ସମସ୍ତେ ଏକତ୍ରିତ ହୁଅନ୍ତି। ଏଥିରେ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୁଷ୍ଟି ହୋଇଥାଏ।ଏହା ଏକ ଭାବାବେଗ ମାହୋଲ ସୁଷ୍ଟି ହୋଇଥାଏ ଶ୍ରାଦ୍ଧାଳୁମାନେ ହରିନାମରେ ମଜ୍ଜି ଯାଆନ୍ତି।ଏହି ନାମ ଯଜ୍ଞରେ ମାନ୍ୟବର ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ,ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ସମାଜସେବୀ କୈଳାସ ଚନ୍ଦ୍ର ସେଠୀଙ୍କ ସମେତ ଅନ୍ୟ ଅତିଥିମାନେ ଯୋଗ ଦେଇଥିଲେ ଏହି ନାମ ସଂକୀର୍ତ୍ତନ ରେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରକାଶ ମଲିକ, କେଦାର ମଲିକ, କୈଳାସ ମଲିକ, ଖଗେଶ୍ବର ମଲିକ, ସୁଦର୍ଶନ ମଲିକ, ଚକ୍ରଧର ମଲିକ, ତ୍ରିଲୋଚନ ମଲିକ, ନନ୍ଦକିଶୋର ମଲ୍ଲିକ, ଭ୍ରମଣବର ମଲିକ,ମଥୁରୀ ମଲିକ,ଅନାଦି ମଲିକ,ମାଧ ମଲିକ,ପରେଶ ମଲିକ,ବାସୁ ମଲିକ ଓ ହରିଶ୍ଚନ୍ଦ୍ର ମଲିକ ପ୍ରମୁଖ ପରିଚାଳନା କରିଥିଲେ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




