ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ଅର୍ଥନୈତିକ ଅବରୋଧ
ଆଜି ସକାଳ ୬ ଘଟିକା ସମୟରୁ ମାନ୍ୟବର ସାଂସଦ ମହେଶ ସାହୁ ନାଲକୋ ତଥା ବିଭିନ୍ନ କଳ କାରଖାନା ରେ ଅର୍ଥନୈତିକ ଅବରୋଧ କରିଛନ୍ତି। INTECK ପମ୍ପ ହାଉସ ,କର୍ଣ୍ଣପୁର IPH ପମ୍ପ ହାଉସ ,ଗୋତମରା ହାଟ ପାଖ ରେଳ ଲାଇନି,ନାଲକୋ SMLTER ଗେଟ୍,ସିପିପି ଗୋଲେଇ ଗେଟ୍।୧୯୮କ୍ଷତିଗ୍ରସ୍ତ ପ୍ରଜା ସଙ୍ଘ ତାଳଚେର ଅନୁଗୋଳ LAP (ITI) କ୍ଷତି ଗ୍ରସ୍ତ ପ୍ରଜାସଙ୍ଘ ଓ ଜମିହାର ପ୍ରଜା ଙ୍କ ଦ୍ଵାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ଅର୍ଥନୈତିକ ଅବରୋଧ କରାଯାଇଛି , ଯାହାର ନେତୃତ୍ୱ ନେଇଛନ୍ତି ଢେଙ୍କାନାଳ ର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ । LAP ITI କ୍ଷତିଗ୍ରସ୍ତ ପ୍ରଜାସଙ୍ଘ ସଭାପତି ଦିବ୍ୟ ରଞ୍ଜନ , ସମ୍ପାଦକ ଶଶାଙ୍କ ଶେଖର ସାମଲ ପ୍ରମୂଖ ଉପସ୍ଥିତ ଥିଲେ । ସାଂସଦ ମହେଶ ସାହୁ ନାଲକୋ ମ୍ୟାନେଜମେଣ୍ଟ କୁ CMD ନ ଆସିବା ପର୍ଯ୍ୟନ୍ତ କୌଣସି ପ୍ରକାର ଆଲୋଚନା ହୋଇ ପାରିବ ନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ ଓ କାହିଁକି ବଣି ମାରି ଝିଣ୍ଟିକା ପୋଷୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । ପରିସ୍ଥିତି କୁ ଦେଖି ଜିଲ୍ଲା ପ୍ରଶାସନ ତରଫରୁ ବଅଁରପାଳ ର ଆସିଷ୍ଟାଣ୍ଡ ତହସିଲଦାର ମାଜିଷ୍ଟ୍ରେଟ ଭାବରେ ଉପସ୍ଥିତ ଥିବା ବେଳେ ନାଲକୋ , ବିକ୍ରମପୁର ଓ ଅନୁଗୋଳ ସଦର ର ଥାନା ଅଧିକାରୀ ଉପସ୍ଥିତ ଥିଲେ ।




