ଓଡିଶା ଅଗ୍ନିଶମ ଓ ଜରୁରୀ କାଳୀନ ସେବା ସପ୍ତାହ ପାଳନ

ଅନୁଗୋଳ ଜିଲ୍ଲାର ଅଗ୍ନିଶମ କାର୍ଯ୍ୟାଳୟ ଠାରେ ଓଡିଶା ଅଗ୍ନିଶମ ଓ ଜରୁରୀ କାଳୀନ ସେବା ସପ୍ତାହ ପାଳନ ହୋଇଯାଇଛି। ସୂଚନା ଯେ, ଆଜି ସକାଳ ୮ ଘଟିକା ରେ PTC ଛକ ଠାରେ ଥିବା ଅଗ୍ନିଶମ କାର୍ଯ୍ୟାଳୟ ଠାରେ ଓଡିଶା ଅଗ୍ନିଶମ ଓ ଜରୁରୀ କାଳୀନ ସେବା ସପ୍ତାହ ଡେପୁଟି ଫାୟାର ଓଫିସର ଶୁଭାଶିଶ ମୁଦୁଲି ଙ୍କ ଅଧ୍ୟକ୍ଷତାରେ ପାଳନ ହୋଇ ଯାଇଛି। ଏହି ସପ୍ତାହ ଟି ଆଜି ଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି ଓଡିଶା ଅଗ୍ନିଶମ ଓ ଜରୁରୀ କାଳୀନ ସେବା ସପ୍ତାହ ପାଳନ କରିଯିବ। ଆଜି ଅନୁଗୋଳ ସହରରେ ଅଗ୍ନିଶମ କର୍ମଚାରୀ ମାନେ ଡାକ ବାଦୀ ଯନ୍ତ୍ର ସାହାଯ୍ୟରେ ଓଡିଶା ଅଗ୍ନିଶମ ଓ ଜରୁରୀ କାଳୀନ ସେବା ବିଷୟରେ ଜନସାଧାରଣ ଙ୍କୁ ଅବଗତ କରାଇଥିଲେ। ଅନୁଗୋଳ ଅଗ୍ନିଶମ କର୍ମଚାରୀ ଶୁକାନ୍ତ କୁମାର ନାଥ ଏବଂ ଅନୁଗୋଳ ଅଗ୍ନିଶମ ବିଭାଗ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)

