ଏମ କେ ସି ଜି ରେ ଜଳା ପୋଡା ଜନିତ ବିଭାଗ ଲାଗି ଦାବି…
ବ୍ରହ୍ମପୁର.କିଛି ଦିନ ତଳେ ବ୍ରହ୍ମପୁର ସହରରେ ଜଣେ ମହିଳଙ୍କର ବିଦ୍ରୁତ ଦୁର୍ଘଟଣା ରେ ଜଳି ମୃତ୍ୟୁ ଘଟିବା କଥା ବ୍ରହ୍ମପୁର କୁ ଆଲୋଡିତ କରୁଥିବା ବେଳେ ଦାବି ଉଠୁଛି ବ୍ରହ୍ମପୁର ରେ ଜଳା ପୋଡା ରେ ଦୁର୍ଘଟଣା ଘଟି ବଡମେଡିକାଲ କୁ ଅନେକ ରୋଗୀ ଆସନ୍ତି କିନ୍ତୁ ଚିକିତ୍ସା ଏଵଂ ଭିତ୍ତିଭୂମି ର ଅଭାବ ଯୋଗୁଁ ପ୍ରାଣ ହରାଉଛନ୍ତି ଅନେକ ରୋଗୀ. ନାହିଁ ନାହିଁ ରେ ଚାଲିଛି ମେଡିକାଲ ନଜର ନାହିଁ କି ନିଘା ନାହିଁ ପ୍ରଶାସନ ର. ଏମିତି ସମୟରେ ବ୍ରହ୍ମପୁର ସହରର ଜଣେ ସ୍ବେଛାସେବୀ ବିନୋଦ କୁମାର ସାବତ ତାଙ୍କ ସହଯୋଗୀ ଅସିତ କୁମାର ଶତପଥୀ,ରୋହିତ ଭୂୟାଁ,ରାହୁଲ କୁମାର,ଶିଶିର ସାହୁ, ଦିପୁ ମହାରଣା,ଏବଂ ସୁଧାଂଶୁ ସାବତ ଦାବି କରିଛନ୍ତି ଶୀଘ୍ର ବ୍ରହ୍ମପୁର ରେ ଉକ୍ତ ବିଭାଗ ଖୋଲିବାକୁ.
ବ୍ରହ୍ମପୁର ରେ ଅନେକ ରୋଗୀ ପୋଡା ଜନିତ ଦୁର୍ଘଟଣା ରେ ହସ୍ପିଟାଲ କୁ ଆସୁଥିବା ବେଳେ ଏଠି ସ୍ୱତନ୍ତ୍ର ବିଭାଗ ର ଅଭାବ ବ୍ରହ୍ମପୁର କୁ ହନ୍ତସନ୍ତ କରୁଛି.
ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ଦିନ ସର୍ବନିମ୍ନ ପାଞ୍ଚ ଜଣ ରୋଗୀ ଚିକିତ୍ସା ଅଭାବ ରୁ ବିଶାଖାପାଟଣା, କଟକ, ଭୁବନେଶ୍ୱର ପାରି ସହରକୁ ସ୍ଥାନାନ୍ତର ସମୟେ ହେଊ କି ଅଭାବ ଜନିତ ମୃତ୍ୟ ବରଣ କରୁଥିବା ଲକ୍ଷ୍ୟ କରାଯାଇଛି. ତେଣୁ ତୁରନ୍ତ ଏକ ସ୍ୱତନ୍ତ୍ର ବିଭାଗ ଖୋଲି ବାକୁ ଏହି ସ୍ବେଛାସେବୀ ମାନେ ଉପଜିଲ୍ଲାପାଳ ଙ୍କର ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କର ଉଧ୍ୟେଶରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି. ଏହା ହେଲେ ଅନେକ ରୋଗୀ ବଞ୍ଚି ଯାଇପାରିବେ.




