(ସେବା ଫାଉଣ୍ଡେସନ ର ତୃତୀୟ ବାର୍ଷିକ ଉଛବ ଅନୁଷ୍ଠିତ)
ଜଗତସିଂହପୁର
ତା =17/4/23
ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ରାହାଣ ପଂଚାୟତ ର ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ସେବା ଫାଉଣ୍ଡେସନ ର ତୃତୀୟ ବାର୍ଷିକ ଉତ୍ସବ ରାହାଣ ହାଟ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି | ସେବା ଫାଉଣ୍ଡେସନ ସଭାପତି ରଶ୍ମି ରଞ୍ଜନ ପାତ୍ର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଯୁବ ସମାଜସେବୀ ସଂଜୀବ ବିଶ୍ୱାଳ | ମୁଖ୍ୟ ବକ୍ତା ଭାବେ ସମାଜସେବୀ ସୁଶ୍ରୀ ସ୍ମିତା ଦାସ | ସମ୍ମାନୀତି ଅଥିତି ଭାବେ ଅଭୟ କୁମାର ମାଝୀ | କେଦାର ଦଳେଇ | ରାହାଣ ଗ୍ରାମ ପଂଚାୟତ ସରପଞ୍ଚ ନଳିନୀ ପ୍ରଭା ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ | ଏହି ଉପଲକ୍ଷେ ସମାଜରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ମାନଙ୍କୁ ସେବା ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା |ଏହି କାର୍ଯ୍ୟକ୍ରମ ରେ ସେବା ଫାଉଣ୍ଡେସନ ର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




