ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କଲେ ନବଗଠିତ ବିଂଝାରପୁର ବ୍ଳକ ସରପଞ୍ଚ ମଞ

।
ବିଷୟ ____ ଆଜି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକର ବିଂଝାରପୁର କଲ୍ୟାଣମଣ୍ଡପ ଠାରେ ଯାଜପୁରର ମହତ ମାଟିର ଏକ ଅନନ୍ୟ ଉଦାହରଣ, ବିଂଝାରପୁର ମାଟି ମାର ସୁଯୋଗ୍ୟ ସନ୍ତାନ ଭାବେ ରାଜନୈତିକ ଜୟଯାତ୍ରାର ଶାଣିତ ସ୍ବର ,ଜନସମାଜରେ ସହସ୍ର ରାଗରେ ସ୍ବରାଲିତ । ଆପଣଙ୍କ ରାଜନୈତିକ ବିଚକ୍ଷଣାତା ,ମାନବବାଦୀ ,ପ୍ରତିବଦ୍ଧିତା ,ଜନହିତୈଷୀ ଆଭିମୁଖ୍ୟ ଓ ପ୍ରଭାବୀ କାର୍ଯ୍ୟଶୈଳୀର ପଟାନ୍ତର ନାହିଁ। ସେଥିପାଇଁ ନବଗଠିତ ବିଂଝାରପୁର ସରପଞ୍ଚ ମଞ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଏବଂ ମନ୍ତ୍ରୀଙ୍କ ପାଖରେ ମଞ ପକ୍ଷରୁ ଆପତ୍ତି କରାଯାଇଥିଲା ଯେ ସରପଞ୍ଚ ମାନେ ପ୍ରତି ଅଫିସକୁ ଗଲାବେଳେ ସମ୍ମାନ ପ୍ରଦାନ କରାଯାଉନାହି, ଦରମା ବଢାଯାଉ,ପେନସନ ଦେବାର ବ୍ୟବସ୍ଥା କରାଯାଉ, ବାର୍ଷିକ ବଜେଟ୍ ବଡାଯାଉ ଓ ବ୍ଳକ ଅଫିସରେ ସଂଘ ନାମରେ ଏକ ଘର ପ୍ରଦାନ କରାଯାଉ ଓ ଅନସ୍ଥା ବ୍ୟବସ୍ଥା କୁ ଉଛେଦ କରାଯାଉ ବୋଲି ଏଭଳି ବହୁ ଆପତ୍ତି ମନ୍ତ୍ରୀଙ୍କ ପାଖରେ କରାଯାଇଥିଲା।ଏହାର ଉତ୍ତରରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଲେ ଯେ ସେ ବିଧାନ ସଭାରେ ଏ ବିଷୟରେ ଆଲୋଚନା କରିବି । ବିଞ୍ଝାରପୁର ସରପଞ୍ଚ ମଞର ସଭାପତି ନନ୍ଦକିଶୋର ମଲ୍ଲିକ କହିଲେ ଯେ ସମସ୍ତଙ୍କୁ ନେଇ ମୁଁ ସଭାପତି ରୁପେ କାର୍ଯ୍ୟ କରିବି । ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ନନ୍ଦକିଶୋର ସାମଲ ଉପାଧ୍ୟକ୍ଷ ସେକ ଏରସାଦ, ଅହଲ୍ୟା ସ୍ବାଇଁ ସୁନିତା ନାୟକ , ମୁରଲୀଧର ବେହେରା, ପ୍ରଦିପ ମହାନ୍ତି,ସୁଶାନ୍ତ ଦାଶ , କଳିକା ଦାଶ, ପାର୍ବତୀ ମଲ୍ଲିକ, ପ୍ରମୁଖ ଯୋଗଦେଇ ଥିଲେ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)

