ସିଲିସୁଆଁ ରେ ଟ୍ରେନ୍ ରେ କଟି ଯୁବକ ମୃତ
କେନ୍ଦୁଝର ସଦର ଥାନା ଅନ୍ତର୍ଗତ ସିଲିସୁଆଁ ରେଲୱେ ଫାଟକକ ଠାରୁ ପ୍ରାୟ ୩୦୦ ମିଟର ଦୁରରେ ଯଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ଶରୀର ରେଳ ଧାରଣା ମଧ୍ୟରେ ପଡ଼ିଛି। ଆଜି ସକାଳୁ ସେଇ ରାସ୍ତା ଦେଇ ଚଳପ୍ରଚଳ କରୁଥିବା ସ୍ଥାନୀୟ ଲୋକ ପ୍ରଥମେ ଏହାକୁ ଦେଖିଥିଲେ. । ତେବେ ଏହି ଦୁର୍ଘଟଣା ଆଜି ପାହାନ୍ତା ରୁ ଘଟିଥିବା କହିଛନ୍ତି । ଯୁବକ ଟିର ପରିଚୟ ମିଳିପାରିନଥିବା ବେଳେ ମୋବାଇଲ୍ ଓ ଚପଲ ମୃତ ଶରୀର ଠାରୁ କିଛି ଦୂରରେ ପଡ଼ିଥିବା ବେଳେ ଯୁବକ ସାଇକେଲ୍ କିଛି ଦୂରରେ ରଖାଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତକ ଯୁବକ ଯଣକର ଶବ ଚିହ୍ନଟ ହୋଇ ପାରିନଥିବା ବେଳେ ମୃତ୍ୟୁର କାରଣ ଯଣାପଡ଼ି ନାହିଁ ।
କେନ୍ଦୁଝର ଜିଲ୍ଲା ଝୁମ୍ପୁରା ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




