ମାନ୍ୟବର ରାଜସ୍ବ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଇଫତାର ପାଟିରେ ଯୋଗଦାନ



ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ବିଂଝାରପୁର ପଞ୍ଚାୟତ ନଜୱନ କମିଟି ପକ୍ଷରୁ ତଳସାହି ଦୁଇ ନମ୍ବର ମସଜିଦ ପ୍ରାଙ୍ଗଣରେ ଏକ ଇଫତାର ପାଟି ଅନୁଷ୍ଠିତ ହୋଇଯାଇଛି। ଏଥିରେ କମିଟିର ସଦସ୍ୟ ରଜ୍ଜାକ ଅଲି ଖାନଙ୍କ ଆୟୋଜନରେ ଅନୁଷ୍ଠିତ ଇଫତାର ପାଟିରେ ବ୍ଳକର ଉପଧ୍ୟକ୍ଷ ସେକ ଏରସାଦ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜସ୍ୱ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ। ପବିତ୍ର ଇଫତାର ପାଟି ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁସଲମାନ ସଂପ୍ରଦାୟର ସମସ୍ତ ମୁରବୀ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଧୁମଧାମରେ ପାଳିତ କରିଥିଲେ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭାଇଚାରାର ପରିବେଶ ଦେଖିବାକୁ ମିଳିଥିଲା। ସମ୍ମାନୀତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ ସମାଜସେବୀ କୈଳାସ ସେଠୀ, ଜିଲ୍ଲା ପରିଷଦ ସଭ୍ୟ ନନ୍ଦକିଶୋର ସାମଲ, ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦିପ ମହାନ୍ତି, ଗୋପବନ୍ଧୁ ଦାସ, ପ୍ରଦୀପ ମଲ୍ଲିକଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ରହି ପବିତ୍ର ରମଜାନ ମାସ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖି ଥିଲେ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ




