ଓଡିଶା ବ୍ରାହ୍ମଣ ମହାସଂଘର ସାଧାରଣ ଅଧିବେଶନ ଅନୁଷ୍ଠିତ
ଭୁବନେଶ୍ୱର, ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ଓଡିଶା ବ୍ରାହ୍ମଣ ମହାସଙ୍ଘର 19 ତମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି.ଆଜି ମଧ୍ୟ ମହାସଂଘ ତରଫରୁ ପର୍ଶୁରାମ ଜୟନ୍ତୀ ଏହିଠାରେ ପାଳନ କରାଯାଇଛି. ଓଡିଶା ବ୍ରାହ୍ମଣ ମହାସଭାର ସଭାପତି ସଦାନନ୍ଦ ଦୀକ୍ଷିତଙ୍କ ସଭାପତିତ୍ୱରେ ଚାଲିଥିବା ଏହି ଅଧିବେଶନରେ ଓଡ଼ିଶାର ବିଭିନ୍ନ ଜିଲାରୁ ବ୍ରାହ୍ମଣ ମାନେ ଆସି ସେମାନଙ୍କ ସମସ୍ତ ସମସ୍ୟା, ଅସୁବିଧା ଓ ସରକାରୀ ପ୍ରୋତ୍ସାହନ ସମ୍ପର୍କରେ ଆଲୋଚନା କରିଥିଲେ. ଓଡ଼ିଶାରେ ସରକାର ଗୋଟେ ବ୍ରାହ୍ମଣ କଲ୍ୟାଣ ନିଗମ ଗଠନ କରିବାକୁ, ଗରିବ ବ୍ରାହ୍ମଣ ମାନଙ୍କ ବ୍ରତ ଘର ପାଇଁ ପ୍ରୋତ୍ସାହନ ଦେବାକୁ, ପୂଜକ ମାନଙ୍କୁ ଷ୍ଟାଇପେଣ୍ଡ ଦେବାକୁ ଏବଂ ସବୁ ଜିଲ୍ଲାରେ କର୍ମ କାଣ୍ଡ ବିଦ୍ୟାଳୟ ଖୋଲିବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ପାଇଁ ମହାସଂଘ ନିଷ୍ପତି ନେଇଛି ବୋଲି କହିଛନ୍ତି ମହାସଙ୍ଘର ସାଧାରଣ ସମ୍ପାଦକ ଜଗନ୍ନାଥ ପାଢ଼ୀ. ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଓ ପଞ୍ଜାବ ଭଳି ରାଜ୍ୟରେ ସରକାରମାନେ ବ୍ରାହ୍ମଣ କଲ୍ୟାଣ ନିଗମ ଗଠନ ହୋଇଥିଲେ ମଧ୍ୟ 37ଲକ୍ଷ୍ୟ ବ୍ରାହ୍ମଣମାନେ ଓଡ଼ିଶାରେ ଥିଲେ ମଧ୍ୟ ବ୍ରହ୍ମଣ ନିଗମ ନ ଥିବାରୁ ମହାସଂଘ ତରଫରୁ ପୁନର୍ବାର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବୁ ଆଉ ସରକାର ନ ଶୁଣିଲେ ଆଗାମୀ ବିଧାନସଭା ଅଧିବେଶନ ସମୟରେ ସମଗ୍ର ଓଡିଶାରୁ ଲକ୍ଷଧିକ ବ୍ରାହ୍ମଣ ମାନେ ଆସି ବିଧାନସଭା ସମ୍ମୁଖରେ ଧାରଣା ଦେବୁ ଓ ରାଲି କରିବୁ ବୋଲି ମହାସଂଘର ସାଧାରଣ ସମ୍ପାଦକ ଶ୍ରୀ ପାଢ଼ୀ ଚେତାବନୀ ଦେଇଛନ୍ତି. ଅନ୍ୟ ମାନଙ୍କ ମଧ୍ୟରେ ରମେଶ ମହାପାତ୍ର, ପ୍ରମୋଦ ମିଶ୍ର ଓ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ.




