ଢହ ଢହ ଖରାରେ କାର୍ଯ୍ୟ କରି ଟଳି ପଡିଲେ ବୃଦ୍ଧ ଶବ ରଖି ରାସ୍ତାରେ ଧାରଣା

ଢହ ଢହ ଖରାରେ କାର୍ଯ୍ୟ କରି ଟଳି ପଡିଲେ ବୃଦ୍ଧ ଶବ ରଖି ଧାରଣା ପୁଲିସ ଗ୍ରାମବାସୀ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ନିର୍ଗୁଣ୍ଡି ନିକଟରେ । ବ୍ରାହ୍ମଣଭୋଗ ଗ୍ରାମର ଦିପକ କୁମାର ମହାନ୍ତି ତାଙ୍କ ସୁପର ଭାଇଜର ୯ଜଣ ଶ୍ରମିକ ଓ ରାଜମିସ୍ତ୍ରୀ କୁ ଡକାଇ ପ୍ରଚଣ୍ଡ ଖରାରେ ପାଚେରୀ କାର୍ଯ୍ୟ କରୁଥିବାବେଳେ ବୃଦ୍ଧ ଶ୍ରମିକ ଜଣକ ଟଳି ପଡ଼ିଥିଲେ। ତେବେ ବୃଦ୍ଧ ଜଣ କ ହେଲେ ନଖରା ପଞ୍ଚୟାତ ଅଲାରପୁର ଗ୍ରାମ ର ଧୁବ୍ରଚରଣ ସାହାଣୀ ବୋଲି ଜଣାପଡିଛି। ଖରାରେ କାମ କରୁଥିବା ବେଳେ ହଠାତ୍ ଧୁବ୍ରଚରଣ ତଳେ ପଡି ଚେତା ଶୂନ୍ୟ ହୋଇ ପଡିଯାଇଥିଲେ। ତୁରନ୍ତ ଅନ୍ୟ ମିସ୍ତ୍ରୀ ଗଛ ମୂଳ ଆଣି ଥିଲେ ମଧ୍ୟ କାର୍ଯ୍ୟ କରାଉ ଥିବା ସୁପର ଭାଇଜର ମେଡିକାଲ ନେବା ପରିବର୍ତ୍ତେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ତେବେ ପରିବାର ଲୋକେ ପହିଁଚି କ୍ଷତି ପୂରଣ ଦାବୀ କରୁଥିବା ବେଳେ ମାଲିକ ଘଟଣା ସ୍ଥଳ କୁ ନ ଆସିବା ଫୋନ ଅଫ ରଖିଥିବା ଜଣାପଡିବା ପରେ ପରିବାର ଲୋକେ ରାଜପଥ ଉପରେ ଶବ ରଖି କ୍ଷତି ପୂରଣ ଦାବୀ କରୁଥିଲେ। ଖବର ପାଇଁ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ବୁଝା ସମୟରେ ପୁଲିସ ଗ୍ରାମବାସୀ ଓଟରା ହେଉଥିବା ଦେଖିବାକୁ ମିଳିଛି। ପରେ କଟକ ଚୌଦ୍ବାର ପର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ପହିଁଚି ବୁଝାସୁଝା କରିଥିଲେ ମଧ୍ୟ ପରିବାର ଲୋକେ ବୁଝୁ ନାହାନ୍ତି । ଯାହା ଫଳରେ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନିୟୁଜ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_21-27-18-795-scaled.jpg)


