ଜିଏମ ସ୍ତରରେ ଅଦଳବଦଳ
ତାଳଚେର, ୦୩/୦୭ ତାଳଚେର ବିଭିନ୍ନ ଖଣିର ଜିଏମ ସ୍ତରରେ ଅଦଳବଦଳ ହୋଇଥିବା ଦେଖିବାକୁ ମିଳିଛି । ତାଳଚେର ଜଗନ୍ନାଥ ନୋଡ଼ାଲ ଜିଏମଙ୍କ ଅବସର ଗ୍ରହଣ କରିବାପରେ ସେହିସ୍ଥାନକୁ ଭୂବନେଶ୍ୱରୀ ଜିଏମ ଏକେ ସିଂହଙ୍କୁ ଅବସ୍ଥାପିତ କରାଯାଇଛି । ସେହିଭଳି ଭରତପୁର ଜିଏମ ଅକ୍ଷୟ କୁମାର ଦାଶ ଭୂବନେଶ୍ୱରୀ ଖଣିରେ ଅବସ୍ଥାପିତ କରାଯାଇଥିବା ବେଳେ ତାଳଚେର ଏରିଆ ମହାପ୍ରବନ୍ଧକ କେବି ଚୌଧୁରୀକୁ ଭରତପୁର ଓ ଶ୍ରୀ ଚୌଧୁରୀ ସ୍ଥାନରେ ଡ଼ିସି କୁଣ୍ଡୁ ତାଳଚେର କ୍ଷେତ୍ରରେ ମହାପ୍ରବନ୍ଧକ ଭାବେ ଦାୟୀତ୍ୱ ଦିଆଯାଇଛି । ଭିନ୍ନ ଭିନନ୍ନ ଏରିଆର ମହାପ୍ରବନ୍ଧକମାନେ କାର୍ଯ୍ୟରେ ଯୋଗଦେବାପରେ କର୍ମଚାରୀମାନେ ଫୁଲତୋଡ଼ା ଦେଇ ସ୍ୱାଗତସମ୍ବର୍ନ୍ଧନା କରିଥିଲେ ।

July 3, 2026/
No Comments


