





ବରୁଣେଶ୍ଵର ମହାବିଦ୍ୟାଳୟରେ ଏକ ମେଗା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି
ବିଷୟ _____ ରୋଟାରୀ କ୍ଲବ ବିରଜା କ୍ଷେତ୍ର ଆନୁକୁଲ୍ୟରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଅରେଇର ବରୁଣେଶ୍ଵର ମହାବିଦ୍ୟାଳୟରେ ଏକ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରଟିକୁ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ ଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ବିଞ୍ଝାରପୁର ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ।। ଜିଲ୍ଲା ପରିଷଦ ସଭ୍ୟ ତଥା ବିଜେଡିର ସଭାପତି ନନ୍ଦକିଶୋର ସାମଲ।ଏବଂ ସମାଜସେବୀ ତଥା ଲୋକମାନଙ୍କର ଦୁଃଖ ସୁଖର ସଥି ରବିନ୍ଦ୍ର ପରିଡ଼ା। ରୋଟାରୀ କ୍ଲବର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲେଲିନ ଦାସ ଚିରଞ୍ଜିବୀ ତପନ କୁମାର ରାଉତ ଓ ଜିତେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ।ଏହା ସହ ଆଖପାଖ ଅଂଚଳର ଜନସାଧାରଣ ମାନେ ନିଜ ନିଜର ସ୍ଥାସ୍ବ ପରୀକ୍ଷା ବିନା ମୁଲ୍ୟରେ କରିବା ସହ ଔଷଧ ପ୍ରଦାନ କରାଯାଇଥିଲା।ଶେଷରେ ମେଗା ସ୍ବାସ୍ଥ୍ୟ ଶିବିରର ଆୟୋଜକ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ





