କୋଲକତା : ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୩ ତାରିଖରେ ହେବ । ଏହା ପୂର୍ବରୁ ପଶ୍ଚିମବଙ୍ଗରେ ଦୁଇ ଚକିଆ ଯାନ ଉପରେ କଟକଣା ଲଗାଯାଇଛି । ବାଇକରେ ରାଲି ବ୍ୟାନ୍ କରିବା ସହ, ରାତିର ବାଇକ୍ ଚଳାଇବା ଉପରେ କଟକଣା ଲଗାଯାଇଛି । ବାଇକରେ ପଛରେ କାହାକୁ ବସାଇବା ଉପରେ ମଧ୍ୟ କଟକଣା ଲଗାଇଛନ୍ତି ନିର୍ବାଚନ କମିଶନ । ଏହି କଟକଣା ଆଜିଠାରୁ ଲାଗୁ ହୋଇଛି ।
ରାଜ୍ୟର ସମସ୍ତ ୧୫୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି କଟକଣା ଲାଗୁ ହେବ ।
ପଶ୍ଚିମବଙ୍ଗରେ ନିର୍ବାଚନ ମାହୋଲ ଖୁବ୍ ଉତ୍ତେଜନା ମୂଳକ ଥିବା ବେଳେ ରାତିରେ ବାଇକ୍ ଚଳାଇବା ମନା କରାଯାଇଛି । ସନ୍ଧ୍ୟା ୬ରୁ ସକାଳ ୬ଟା ପର୍ଯ୍ୟନ୍ତ କେହି ବି ବାଇକ କିମ୍ବା ସ୍କୁଟର ଚଳାଇ ପାରିବେ ନାହିଁ । ତେବେ ମେଡିକାଲ ଓ ପାରିବାରିକ କାର୍ଯ୍ୟକ୍ରମ ଭଳି ଜରୁରୀ ପରିସ୍ଥିତିରେ କଟକଣା କୋହଳ କରାଯାଇଛି । ନିର୍ବାଚନ ପ୍ରକ୍ରିୟାରେ ଭୟଭୀତ କରିବା ଏବଂ ବାଧା ସୃଷ୍ଟି କରିବା ଆଶଙ୍କା ଥିବାରୁ ବାଇକ୍ ରାଲି ଉପରେ ସମ୍ପୂର୍ଣ୍ଣ ନିଷେଧ ଜାରି କରାଯାଇଛି ।
ବାଇକରେ ଦିନ ବେଳା ମଧ୍ୟ କାହାକୁ ପଛରେ ବସାଇ ଯାତ୍ରା କରିବାକୁ ବ୍ୟାନ୍ କରାଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କୌଣସି ବାଇକ ଚାଳକ ପଛରେ ଅନ୍ୟ କୌଣସି ଯାତ୍ରୀଙ୍କୁ ବସାଇ ନେଇପାରିବେ ନାହିଁ । ଏଥିରେ ବି ଜରୁରୀ ପରିସ୍ଥିତିରେ ନିୟମ କୋହଳ କରାଯାଇଛି । ମେଡିକାଲ୍ ସ୍ଥିତି, ପିଲାକୁ ସ୍କୁଲ୍ ନେବା ଆଣିବା କରିବା ଓ ପାରିବାରିକ କାର୍ଯ୍ୟକ୍ରମରେ ନିୟମ କୋହଳ ରହିଛି ।
ତେବେ ଭୋଟଗ୍ରହଣ ଦିନ ନିୟମରେ ସାମାନ୍ୟ କୋହଳ କରାଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କେବଳ ପରିବାର ଲୋକେ ହିଁ ବାଇକ୍ ପଛରେ ବସି ଯାଇପାରିବେ । କଟକଣା ନେଇ କମିଶନ କହିଛନ୍ତି ଯେ ଅଯଥା ଭୟ ସୃଷ୍ଟି କରିବା, କାମରେ ବାଧା ଦେବା ଏବଂ ଭୋଟରମାନଙ୍କ ପାଇଁ ଏକ ଶାନ୍ତ ଏବଂ ଅନୁକୂଳ ପରିବେଶ ସୁନିଶ୍ଚିତ କରିବା ପାଇଁ ଏହିସବୁ ନିୟମ କରାଯାଇଛି । ନିୟମରେ କୋହଳ ଚାହୁଁଥିବା ବ୍ୟକ୍ତିମାନେ ସେମାନଙ୍କର ସ୍ଥାନୀୟ ପୋଲିସ ଷ୍ଟେସନରୁ ପୂର୍ବରୁ ଏକ ଲିଖିତ ଅନୁମତି ନେଇପାରିବେ ବୋଲି କମିଶନ କହିଛନ୍ତି ।
ପଶ୍ଚିମବଙ୍ଗର ମୋଟ ୨୯୪ଟି ଆସନ ପାଇଁ ମୋଟ ୨ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । ୨୩ ଏପ୍ରିଲ ପ୍ରଥମ ପର୍ଯ୍ୟାୟ ଏବଂ ୨୯ ଏପ୍ରିଲ ୨୦୨୬ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପଡ଼ିବ । ମେ ୪ ତାରିଖରେ ସୋମବାର ଭୋଟ ଗଣତି ହେବ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-24-scaled.jpg)

