ନିଖିଳ ଓଡିଶା ବିଦ୍ୟୁତ ମଜ଼ଦୁର ମହାସଂଘର ଆନ୍ଦୋଳନ
ଭୁବନେଶ୍ୱର, ଆଜି ଓପିଟିସିଏଲ କାର୍ଯ୍ୟାଳୟ ସମ୍ମୁଖରେ ବିଦ୍ୟୁତ ଶ୍ରମିକମାନେ ନ୍ୟାର୍ଯ୍ୟ ଅଧିକାର ତଥା ଗ୍ରେଡ଼ 3 କୁ 2830 ଗ୍ରେଡ଼ ପେ ପ୍ରଦାନ, ଗ୍ରେଡ଼ ପେ 3330 ଉଛେଦ ଏବଂ 1.4.2020 ଠାରୁ ବକେୟା ଥିବା ମଜୁରୀ ନିର୍ଧାରଣ ତୁରନ୍ତ ପୂରଣ ନିମନ୍ତେ ନିଖିଳ ଓଡିଶା ବିଦ୍ୟୁତ ମଜଦୁର ମହାସଂଘ ପକ୍ଷରୁ ଓପିଟିସିଏଲ ଅଫିସ ସମ୍ମୁଖରେ ସହସ୍ରାଧିକ ବିଦ୍ୟୁତ କର୍ମଚାରୀ ଆଜି ଠାରୁ ଅନିର୍ଦିଷ୍ଟ କାଳ ଧାରଣାରେ ବସିଛନ୍ତି.କର୍ମଚାରୀ ମାନଙ୍କ ଅଭିଯୋଗ ମୁତାବକ ଓପିଟିସିଏଲ କର୍ତ୍ତୃପକ୍ଷ ବାରମ୍ବାର ବିଦ୍ୟୁତ ଶ୍ରମିକ ମାନଙ୍କୁ ଅବହେଳିତ କରୁଛନ୍ତି. ଆଲୋଚନା କରି ସବୁ ସମାଧାନ କରିବାକୁ କହି ବର୍ଷ ବର୍ଷ ଗଡ଼ାଇ କର୍ତ୍ତୃପକ୍ଷ ଚରମ ଅବହେଳା କରିଚାଲିଛନ୍ତି. ମହାସଂଘ ତରଫରୁ ଓପିଟିସିଏଲ କୁ ଦାବି ପୂରଣ ପାଇଂ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ କର୍ତ୍ତୃପକ୍ଷ କର୍ମଚାରୀ ମାନଙ୍କ କଥାକୁ କର୍ଣ୍ଣ ପାତ କରୁ ନ ଥିବାରୁ ମହାସଂଘ ତରଫରୁ ଆନ୍ଦୋଳନ ଡାକରା ଦିଆଯାଇଛି. ଏହି ଆନ୍ଦୋଳରେ ଓଡ଼ିଶାର ସବୁ ଜିଲ୍ଳାରୁ ଆସି କର୍ମଚାରୀ ମାନେ ଯୋଗଦେଇଛନ୍ତି ଓ ସରକାର ଯଦି ଶୀଘ୍ର ଆମ ଦାବି ପ୍ରତି ବିଚାର ନ କରନ୍ତି ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କହିଛନ୍ତି ସାଧାରଣ ସମ୍ପାଦକ ସତ୍ୟବ୍ରତ ପରିଡା. ଆମ ଦାବି ପୂରଣ ନହେଲେ ଆଗକୁ ଆହୁରି ଖରାପ ପରିସ୍ଥିତି ହେବ ବୋଲି ଚେତାବନୀ ଦେଇଛନ୍ତି ଜ୍ୟୋସ୍ନା ରାଣୀ ମହାନ୍ତି.
(ଭୁବନେଶ୍ୱର ରୁ ପ୍ରଭାକର ବିଶ୍ୱାଳ ଙ୍କ ରିପୋର୍ଟ)




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)
