

ସାମଲ କେୟାର ପକ୍ଷରୁ ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର ଅନୁଷ୍ଠିତ
ବଅଁରପାଳ : ବଅଁରପାଳ ବ୍ଲକ ନିକଟସ୍ଥ ୫୫ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ସାମଲ କେୟାର ହସ୍ପିଟାଲ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ୨୦୧୪ ଆଜି ତାରିଖରେ ସାମଲ କେୟାର ହସ୍ପିଟାଲ ଉଦ୍ଘାଟିତ ହୋଇଥିଲା। ଏହି ଦଶମ ପ୍ରତିଷ୍ଠା ଦିବସରେ କେୟାର ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଉଦ୍ୟୋଗପତି ଶ୍ରୀ ରମେଶ ଚନ୍ଦ୍ର ସାମଲ ଯୋଗଦାନ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ନିର୍ଦେଶକ ଡାଃ କୁମାର ଗୌରବ ସାମଲ ଓ ଡାଃ ସୁଚିସ୍ମିତା ସାମଲ ଯୋଗଦାନ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଡାଃ ଜମ୍ବେଶ୍ଵର ତ୍ରିପାଠୀ ଙ୍କ ନେତୃତ୍ଵରେ କେୟାର ମଧ୍ୟରେ ଥିବା ସମସ୍ତ ରୋଗୀଙ୍କୁ ଫଳ, ମିଠା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ଅନ୍ୟମାନଙ୍କ ମଧ୍ୟରେ ଡାଃ ସଞ୍ଜୟ କର ମ୍ୟାନେଜର ଲଳିତ ମୋହନ ନାୟକ, ଚେତନ କୁମାର ପଟ୍ଟନାୟକ, ମହେନ୍ଦ୍ର ବିଶ୍ଵାଳ, ରାଜୀବ ଲୋଚନ ବାରିକ, ବିଶ୍ଵକାନ୍ତ ପଣ୍ଡା, ଅମ୍ବିକା ପ୍ରସାଦ ମହାପାତ୍ର, ଓ ହସ୍ପିଟାଲ୍ ର କର୍ମଚାରୀମାନେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଡାଃ ସତ୍ୟବ୍ରତ ପ୍ରଧାନ ଙ୍କ ନେତୃତ୍ଵରେ ବ୍ଳଡ଼ ବ୍ଯାଙ୍କ ପକ୍ଷରୁ ଆସି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ କରାଯାଇଥିଲା। ଦଶମ ପ୍ରତିଷ୍ଠା ଦିବସରେ ୫୩ ୟୁନିଟ୍ ରକ୍ତଦାତା ଆସି ରକ୍ତଦାନ କରିଥିଲେ।





![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)