ଶାରୀରିକ ସମ୍ପର୍କ ପାଇଁ ବିବାହିତା ମହିଳାଙ୍କୁ ଅସଦାଚରଣ ,
ଅଭିଯୁକ୍ତ ଯୁବକ ଗିରଫ
ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସେରେଣେ ବେଡା ଗ୍ରାମର ଜନୈକା ମହିଳାଙ୍କୁ ଅସଦାରଚଣ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି ।
ସେରେଣାବେଡା ଗ୍ରାମର ଜଣେ ୨୫ ବର୍ଷର ମହିଳା ତଳମୂଳ ଗ୍ରାମରେ ବିବାହ କରିଥିଲେ । ବିବାହ ପରେ ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି । ବିବାହ ପୂର୍ବରୁ ମହିଳାଙ୍କର ସେହି ଗ୍ରାମର ଜଣେଯୁବକ ଅଜିତ ନାଏକଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା । ଯୁବକ ଜଣକ ମହିଳା ଜଣକୁ ବ୍ଲାକ ମେଲିଂ କରିବା ସହିତ ତାଙ୍କ
ସହିତ ଶାରରୀକ ସମ୍ପର୍କ ନରଖିଲେ ତାର ଶାଶୁ ଘରେ ସମସ୍ତ ଘଟଣା କହିଦେବ ବୋଲି ଧମକ ଚମକ ଦେବା ସହିତ ଗ୍ରାମରେ କହିଦେବ ବୋଲି ଭୟ ଭୀତ କରିଥିଲା । ଭୟରେ ବିବାହିତା ମହିଳା ଜଣକ ଅଜିତ ସହିତ ବାରମ୍ବାର ଶାରରୀକ ସମ୍ପର୍କ ରଖିଥିଲେ । ପରେ ମହିଳା ଜଣଙ୍କ ବଅଁରପାଳ ଥାନାରେ ଲିଖିତ ଭାବରେ
ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ୧୯୫/୨୩ ଦଖା ୩୭୯, ୨୯୪ ଓ ୫୦୬ ଆଇପିସିର ଏକ ମାମଲା ରୁଜ୍ଜୁ କରି ଅଜିତକୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି।




