ମଦନମୋହନଙ୍କ ବରବାହୁଡା ନିତି ପାଳିତ
ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ମଦନମୋହନଙ୍କ ବରବାହୁଡା ନିତି ପାଳିତ ହୋଇଯାଇଛି। ସନ୍ଧ୍ୟା ଆଳତି ସମୟରେ ଠାକୁରଙ୍କ ପାଖରେ ଖିରୀ ପିଠା ଉଖୁଡା ଭୋଗ ଲାଗି କରାଯାଇଥିଲା। ଅର୍ନଧୂପ ଅନୁଷ୍ଠିତ କରାଯାଇଥିଲା। ପରେ ପରେ ମଦନମୋହନ ଓ ରୁକ୍ମିଣୀ ଙ୍କୁ ପାଲିଙ୍କିକୁ ବିଜେ କରାଯାଇଥିଲା।ଘଣ୍ଟ କାହାଳି ବଜାଇ ଗୋପାଳ ମାନେ ପାଲିଙ୍କି କୁ କାନ୍ଧେଇ ସହର ପରିକ୍ରମା କରି ଆସିଥିଲେ। ପରେ ବଡସିଙ୍ଘାର ଭୋଗଲାଗି କରାଯାଇଥିଲା। ତା ପରେ ପହଡ ପଡ଼ିଥିଲା। ପୂଜକ ମଳୟ କର ପାଳିଆ ସେବକ ସମ୍ଭୁନାଥ ମହାପାତ୍ର କାହାଳିଆ ଟିକନ ବେହେରା ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତ ରେ ଏହି ବରବାହୁଡା ନିତି ପାଳିତ ହୋଇଯାଇଛି।






