ଜାଗ୍ରତ ଭାରତ ନ୍ୟୁଜ୍ ର ପଞ୍ଚମ ବାର୍ଷିକ ଉତ୍ସବ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଅନୁଗୋଳ – ଜାଗ୍ରତ ଭାରତ ନ୍ୟୁଜ୍ ର ପଞ୍ଚମ ବାର୍ଷିକ ଉତ୍ସବ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ । ଅଜି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢାପଙ୍କ ଗ୍ରାମ ପଞ୍ଚାୟତ ବୁଢାପଙ୍କ ଉଚ୍ଚ ବିଦ୍ୟାଳୟ ଠାରେ ଜାଗ୍ରତ ଭାରତ ନ୍ୟୁଜ୍ ର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ସକାଳ ପ୍ରାୟ ଏଗାରଟା ସମୟରେ ଜାଗ୍ରତ ଭାରତ ନ୍ୟୁଜ୍ ର ମୁଖ୍ୟ ସମ୍ପାଦକ ଶ୍ରୀ ସୁଶିଲ କୁମାର ଆଇଚଙ୍କ ସଭାପତିତ୍ବରେ ପଞ୍ଚମ ବାର୍ଷିକ ଉତ୍ସବ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସଭାପତି ଅତିଥି ମାନଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରଣ କରିଥିଲେ। ଅତିଥି ପରିଚୟ ପ୍ରଦାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆଗକୁ ନେବାକୁ ଅତିଥି ମାନଙ୍କୁ ନିବେଦନ କରିଥିଲେ। ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ ଓ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ୱାଦିକ ଶ୍ରୀ ଅଖିଳ କୁମାର ମହାପାତ୍ର ଯୋଗ ଦେଇ ଜାଗ୍ରତ ଭାରତ ନ୍ୟୁଜ୍ ର ଉତୋରତର ମଙ୍ଗଳ କାମନା କରିବା ସହିତ ସାମ୍ବାଦିକ ମାନଙ୍କର ଉତୋରତର ମଙ୍ଗଳ କାମନା କରିଥିଲେ। ସମ୍ମାନିତ ଅତିଥି ଭାବେ ଯାଜପୁର ଜିଲ୍ଲା ଅଞ୍ଚଳର ସମାଜସେବୀ ଅଟଳ ବିହାରୀ ନାୟକ ଯୋଗଦେଇ ପୂର୍ବ ବର୍ଷ ବାର୍ଷିକ ଉତ୍ସବ ସମୟର ଅନୁଭୂତି ବଖାଣି ଥିଲେ। ସେ ପୂର୍ବ ବର୍ଷ ବାର୍ଷିକ ଉତ୍ସବରେ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିବା ବେଳେ କିପରି ଜାଗ୍ରତ ଭାରତ ନ୍ୟୁଜ୍ ନିଜର ପରିଚୟ ସୃଷ୍ଟି କରିଥିଲା ଓ ଆଜି ମଧ୍ୟ ତାହା ବଜାୟ ରଖୁ ବୋଲି ମତ ଦେଇଥିଲେ। ସେହିପରି ଜାଗ୍ରତ ଭାରତ ନ୍ୟୁଜ୍ ର ଏଡ଼ିଟର ସୁଶାନ୍ତ କୁମାର ସାମଲ ନିଜର ବକ୍ତ୍ୟବରେ କହିଥିଲେ ଯେ ଆଜି ଯେପରି ସମସ୍ତେ ଜାଗ୍ରତ ଭାରତ ନ୍ୟୁଜ୍ ଉତ୍ସବରେ ଯୋଗଦେଇଛନ୍ତି, ଆଗାମୀ ବର୍ଷ ମଧ୍ୟ ଏହି ପରି ଯୋଗ ଦିଅନ୍ତୁ। ସତ୍ୟ ପଥରେ ଯାହା ମିଳୁଛି ଆମେ ସେୟା ହିଁ ପାଇଲେ ଠିକ୍, ଅନ୍ୟାୟରେ ବା ଅନ୍ୟାୟ ଉପାୟରେ ଅର୍ଥ କିମ୍ବା ନାମ ଅଳ୍ପ ଦିନ ଓ ସୁଖ ଦିଏ ନାହିଁ। ଲୋକଙ୍କୁ ଜାଗ୍ରତ କରିବା ହିଁ ଜାଗ୍ରତ ଭାରତ ନ୍ୟୁଜ୍ ର ଉଧ୍ୟେଶ୍ୟ । କବି ଓ ସମାଜସେବୀ ଇଞ୍ଜିନିୟର ନୀଳାଦ୍ରି ଭୂଷଣ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ଅନୁଗୋଳ ଜିଲ୍ଲାରେ ଆରମ୍ଭ ଓ ଅଫିସ୍ ଥିବା ଏକ ଚାନେଲ ସୁଦୂର ଯାଜପୁର ଜିଲ୍ଲାରେ ଚର୍ଚ୍ଚାରେ ରହିବା କିଛି କମ୍ କଥା ନୁହେଁ, ଏହା ଏକ ସୁଦୂର ପ୍ରସାରି ଚାନେଲ ଓ ସାରା ଭାରତ ବର୍ଷରେ ଏହା ବିସ୍ତାରିତ ହେଉ ବୋଲି ମଙ୍ଗଳ କାମନା କରିଥିଲେ। ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ମାଝୀ ଯୋଗଦେଇ ଏକ ଉପାଖ୍ୟାନ ଦେଇ କହିଥିଲେ ଯେ ବିଭିନ୍ନ ପ୍ରକାରର ରଙ୍ଗୀନ୍ ବେଲୁନ ବିକ୍ରି ହୁଏ ଓ ସମସ୍ତଙ୍କର ପସନ୍ଦ ହୋଇଥାଏ। ମାତ୍ର କଳା ରଙ୍ଗର ବେଲୁନ ଖୁବ୍ କମ୍ ଲୋକ ପସନ୍ଦ କରିଥାନ୍ତି। ମାତ୍ର ରଙ୍ଗୀନ୍ ବେଲୁନ ଠାରୁ କଳା ରଙ୍ଗର ବେଲୁନ କୌଣସି ଗୁଣରେ କମ୍ ନୁହେଁ। ଏହା କେବଳ ଆଖିର ଭ୍ରମ। ତେଣୁ ଜାଗ୍ରତ ଭାରତ ନ୍ୟୁଜ୍ ନିଜର କାମ କରି ଚାଲିଛି ଓ ଅନ୍ୟ ନ୍ୟୁଜ୍ ଚାନେଲ ସହ ସମାନ ହୋଇ ରହିଛି। କେବଳ ରଙ୍ଗ ଭିନ୍ନ। ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁ, ଅନୁଗୋଳ ଜିଲ୍ଲା ପ୍ରତିନିଧି ଚୈତନ୍ୟ ସାହୁ, ଢେ଼ଙ୍କାନାଳ ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ମହାପାତ୍ର, ଇଞ୍ଚାର୍ଜ୍ ଶୁଭମ୍ ପାଣି ଙ୍କ ସମେତ ବିଭିନ୍ନ ଜିଲ୍ଳାର ଜିଲ୍ଲା ପ୍ରତିନିଧି ମାନେ ଯୋଗ ଦେବା ସହ ବିଭିନ୍ନ ମିଡିଆ ପ୍ରତିନିଧି ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ୱାଦିକ ସଞ୍ଜୟ କୁମାର ବିଶୋଇ ଯୋଗ ଦେଇ ଥିଲେ। ଶେଷରେ ମୁଖ୍ୟ ଅତିଥି ସଭା ସାଙ୍ଗ କରିଥିଲେ। ଜାଗ୍ରତ ଭାରତ ନ୍ୟୁଜ୍ ପକ୍ଷରୁ ଏକ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା ।





