ଯାଜପୁର ରୋଡ ରେଳ ଷ୍ଟେସନ ଚୂନଭାଟି ପ୍ଲଟ ନିକଟ ରେଳଧାରଣା ନିକଟରେ ଠିଆ ହୋଇଥିବା ମାଲଗାଡି ବଗି ଚଢିଯାଇ 6ମୃତ, 1ଗୁରୁତର l ସୂଚନା ମୁତାବକ ଆଜି ଅପରାହ୍ନରେ ହଠାତ ଘୁର୍ଣ୍ଣନୀଝଡ଼ ବର୍ଷା ଲାଗି ରହିଥିଲା l ଏହି ବର୍ଷାରୁ ବର୍ତ୍ତିବା ପାଇଁ ଯାଜପୁର ରୋଡ ରେଳ ଷ୍ଟେସନ ଚୂନଭାଟି ପ୍ଲଟ ନିଜଟରେ କିଛି ଶ୍ରମିକ ରେଳ ଧାରଣାରେ ରହିଥିବା ଏକ ମାଲ ବାହୀ ଟ୍ରେନ ତଳେ ରହି ଯାଇଥିଲେ l ହଠାତ ଇଂଜିନ ବିଭିନ୍ନ ମାଲ ଗାଡିଟି ଗଡିବାକୁ ଲାଗିଥିଲା l ଯାହାଫଳରେ ଟ୍ରେନ ତଳେ ରହିଥିବା ଶ୍ରମିକ ମାନଙ୍କ ଉପରେ ଚଢି ଯାଇଥିଲା l ଫଳରେ ଘଟଣା ସ୍ଥଳରେ 6ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଭାବେ ହୋଇଥିଲେ l ତେବେ ଖବର ପାଇ ସ୍ଥାନୀୟ ଅଞ୍ଚଳର କିଛି ସ୍ବେଚ୍ଛାସେବୀ ଯୁବକ ଘଟଣା ସ୍ଥଳରେ ଗୁରୁତର ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟଜେନ୍ଦ୍ରକୁ ନେଇ ଯାଇଥିବା ସୂଚନା ମିଳିଛି l ମୃତକ ଛଅଜଣ ଯାକ ଯାଜପୁର ଜିଲ୍ଲାର କୋରାଇ ଥାନା ଅଞ୍ଚଳର ବୋଲି ଜଣାପଡିଛି। ଦୁଇଜଣ ମୃତକ ବନ୍ଦାଳୋ ପଞ୍ଚାୟତ ଗମ୍ଭାରିଆ ଅଞ୍ଚଳର ଗୌତମ ସାମଲ, ମାନସ ସାମଲ ହୋଇଥିବା ବେଳେ ଅନ୍ଯ ତିନିଜଣ ମୃତକ ବନ୍ଦାଳୋ ପଞ୍ଚାୟତ ବାଲିଆପାଳ ଗ୍ରାମର ପ୍ରଶାନ୍ତ ଜେନା, ଭୀମସେନ ଜେନା ଓ ସୁଶାନ୍ତ ଜେନା ବୋଲି ଜଣାପଡିଛି। ଜଣେ ମୃତକ ମୁକୁନ୍ଦପୁର ପଞ୍ଚାୟତ ଓଷଳା ଗ୍ରାମର ଦୋଳଗୋବିନ୍ଦ ପ୍ରଧାନ ବୋଲି ଜଣାପଡିଛି। ଗୁରୁତର ଭାବେ ଆହତ ହୋଇଥିବା ଦୁଇ ଶ୍ରମିକ ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ଅଞ୍ଚଳର ଅମର ସାହୁ ଓ ନବଘନ ବାରିକ ବୋଲି ସୂଚନା ମିଳିଛି। ଏବଂ ଛଅଜଣ ମୃତ୍ୟୁ ଶରୀର କୁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ବେବଛେଦ ପାଇଁ ଅଣାଯାଇଥିଲା ସେଠାରେ ଯାଜପୁର ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ଅଧିକାରୀ ଗ୍ରାମ ଉନ୍ନୟନ ଦକ୍ଷତା ବିକାଶ ମନ୍ତ୍ରୀ କୋରେଇ ବିଧାୟିକା ପୂର୍ବତନ କଂଗ୍ରେସ ଏମପି ରାମଚନ୍ଦ୍ର ଖୁଣ୍ଟିଆ ପହଂଚି ଥିଲେ ତାପରେ ଶବ ବ୍ୟବଚ୍ଛେଦ ସରିଥିଲା ମୃତ୍ୟୁ ପରିବାର ଙ୍କୁ ମୁଖ୍ୟ ମନ୍ତ୍ରୀ ୫ ଲକ୍ଷ୍ୟ ଦେବେ ଘୋଷଣା କଲେ।
ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ





