


ତିନି ଅନାଥ ଶିଶୁ ପାଖରେ ପହଂଚି ସହାୟତା ର ହାତ ବଢାଇଲେ ଇଣ୍ଟର୍ନେସାଲ ମାନବାଧିକାରୀଣ ଆରତୀ ମହାଲା
ଦେଖନ୍ତୁ ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଓସ୍ତପାଳ ପଞ୍ଚାୟତ ଓସ୍ତପାଳ ଗ୍ରାମର ତିନି ଅନାଥ ଶିଶୁ ବେସେହରା ଅବସ୍ଥାରେ ଥିବା ବେଳେ ଏଥିରେ ମଣିଷ ପଣିଆ ଦେଖାଇଲେ ଇଣ୍ଟର୍ନେସାଲ ମାନବାଧିକାରିଣୀ ଆରତୀ ମହାଲା। ସୂଚନା ମୁତାବକ ଓସ୍ତପାଳ ଗ୍ରାମର ପ୍ରମୋଦ କୁମାର ନାଥ ସଡ଼କ ଦୁର୍ଘଟଣାରେ ଏକ ବର୍ଷ ରୁ ଅଧିକ ହେବ ମୃତ୍ୟୁ ବରଣ କରିଥିଲେ। ପ୍ରମୋଦ ମୃତ୍ୟୁ ବରଣ ପରେ ମା ସୁଜତା ତିନି ପିଲା ଙ୍କୁ ଧରି ଆଖିର ଲୁହ କୁ ଓଠରେ ଚାପି ବାଟ ଚାଲୁଥିଲେ। ଏବଂ ମୃତ୍ୟ ସ୍ୱମୀ ପ୍ରମୋଦ ଙ୍କୁ ପତ୍ନୀ ସୁଜତା ଝୁରି ଝୁରି ଅଜଣା ରୋଗରେ ଆକ୍ରାନ୍ତ ହେଲେ ଆଜିକୁ ଆଠ ଦିନ ହେଲା ତିନି ଅନାଥ ଶିଶୁ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଛାଡି ଚାଲିଗଲା ଆରପାରିକୁ। ଏବେ ଏହି ଅନାଥ ଶିଶୁ ଇତିଶ୍ରୀ ନାଥ ସ୍ମୃତି ରେଖା ନାଥ ସତ୍ୟଜିତ ନାଥ କିପରି ଜୀବନ କାଟିବେ କିପରି ପାଠ ପଢି ଭଲ ମଣିଷ ହେବ କଣ କରିବେ ବୋଲି ଚିନ୍ତାରେ ଥିବା ବେଳେ ଆଜି ସାହାୟତାର ହାତ ବଢାଇ ବା ପାଇଁ ଆସି ପହଁଚିଥିଲେ ଇଣ୍ଟର୍ନେସାଲ ଚେୟାର ମ୍ୟାନ ଆରତୀ ମହାଲା। ଅନାଥ ଶିଶୁ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ପାଖରେ ପହଂଚି ସେମାନଙ୍କୁ ୫୦୦୦ ହଜାର ଟଙ୍କା ସହାୟତା ରାଶି ଦେବା ଶହ ପାଠ ପଢିବା ଭଲ ମଣିଷ ହେବା ପାଇଁ ସବୁ ବନ୍ଦୋବସ୍ତ କରିବକୁ ପ୍ରତି ସୃତିଦେଇଥିଲେ। ଏହି ହେଉଛି ମଣିଷ ପଣିଆ କହିଙ୍କି ନା ଦୀର୍ଘ ଆଠ ଦିନ ହେଲା ତିନି ଅନାଥ ଶିଶୁ ବଂଚିବା ପାଇଁ ଶାହାରା ଖୋଜୁଛନ୍ତି ଯେତେବେଳେ ପ୍ରଶାସନ ଓ ନେତା ମନ୍ତ୍ରୀ ଙ୍କ ଦର୍ଶନ ନାହିଁ ସେଠାରେ ଆଜି ଦୁଃଖ ର ଦରଜୀ ବନ୍ଦୁ ସାଜିଛନ୍ତି ଇଣ୍ଟର୍ନେସାଲ ଚେୟାର ମ୍ୟାନ ଆରତୀ ମହାଲା।
ଯାଜପୁରରୁ ସରୋଜ ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍





