(ଶ୍ରୀ ଶ୍ରୀ ବଳଦେବଜୀଉ ଙ୍କ ବାହୁଡ଼ାଯାତ୍ରା ରେ ବ୍ୟତିକ୍ରମ କୁ ନେଇ ଭକ୍ତ ମହଲ ରେ ଅସନ୍ତୋଷ
)
ଜଗତସିଂହପୁର
ତା =28/6/23
ଜଗତସିଂହପୁର ଜ଼ିଲ୍ଲା ର ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ପବିତ୍ର ବାହୁଡ଼ାଯାତ୍ରା ମହାସମାରୋହ ରେ ସମାପନ୍ନ ହୋଇଛି | କିନ୍ତୁ ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ଙ୍କ ଦାଇତ୍ୱ ହୀନତା ଓ ଅପସଂସ୍କୃତି ସମ୍ପନ୍ନ କାର୍ଯ୍ୟକଳାପ କୁ ନେଇ ଅଗଣିତ ଦର୍ଶକ ଙ୍କ ମଧ୍ୟ୍ୟ ରେ ଅସନ୍ତୋଷ ଦେଖାଦେଇଛି | ଆଜି ପୂର୍ବାହ୍ନ ରେ ମହାପ୍ରଭୁମାନଙ୍କ ସମସ୍ତ ଦେବନୀତି ସମ୍ପର୍ଣ୍ଣ ପରେ ପରିଚାଳନା କର୍ତ୍ତୃପକ୍ଷମାନଙ୍କ ତରଫରୁ ଲାଭଖୋର ମନୋବୃତି ନେଇ କୁଡୁଆ ରେ ପୂର୍ବ ବର୍ଷ ମାନଙ୍କ ରେ ପ୍ରସାଦ ବିକ୍ରି ବ୍ୟବସ୍ତା କରାଯାଇଥିଲା | କିନ୍ତୁ ଚଳିତ ବର୍ଷ କୁଡୁଆ ବଦଳରେ ପଲିଥିନ ପ୍ୟାକେଟ ରେ ପ୍ରସାଦ ବିକ୍ରି କରାଯାଉଥିବାରୁ ଭକ୍ତ ମାନଙ୍କ ମଧ୍ୟ୍ୟ ରେ ଅସନ୍ତୋଷ ଦେଖାଦେଇଥିଲା | କେବଳ ସେତିକି ନୁହେଁ ରଥ ଉପରେ ନିଜକୁ ପାଣ୍ଡିତ୍ୟ ବୋଲାଉଥିବା ପଣ୍ଡିତ ମାନଙ୍କ ଦ୍ଵାରା ପାଞ୍ଚ ରୁ ଉର୍ଦ୍ଧ ଅସଂଯତ ମହିଳା ଙ୍କୁ ଡାକି ପ୍ରଥମ ଥର ପାଇଁ ରଥ ଉପରେ ପୁରସ୍କାର ପ୍ରଦାନ କରାଯିବା ଘଟଣା କେତେଦୂରୁ ଠିକ ତାହା ପଣ୍ଡିତ ମାନଙ୍କ କାର୍ଯ୍ୟକଳାପ ପ୍ରତି ସାଧରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଅପର ପକ୍ଷରେ ହଜାର ହଜାର ଭକ୍ତ ରଥ ଉପରେ ଶ୍ରୀ ଜିୟୁ ମାନଙ୍କୁ ଦର୍ଶନ କରିଵା ସହିତ ପର୍ଯ୍ୟପ୍ତ ଟଙ୍କା ପକାଇବା ଦ୍ଵାରା ଜୈନିକ ଅଦିନିଆ ନନା ଟଙ୍କା ବ୍ୟାକ ନେଇ ହଠାତ କେଉଆଡେ ଉଭାନ ହୋଇଗଲା ତାହା ସନ୍ଦେହ ସୃଷ୍ଟି କରିଛି |ଏବଂ ନନା ସେବାୟତ ମାନଙ୍କ ଦ୍ୱରା ଚାରି ବସ୍ତା ଗୋଟା ନଡ଼ିଆ ରଥ ଉପରୁ ଚୋରୀ ହୋଇ କେଉଁ ଆଡ଼େ କିଏ ନେଲା ତାହା ସାଧାରଣ ରେ ବିସ୍ମୟ ସୃଷ୍ଟି କରିଛି |
ଏଭଳି ହିନମାନ୍ୟତା କାର୍ଯ୍ୟକ୍ରମ କୁ ନେଇ ହଜାର ହଜାର ଭକ୍ତମାନଙ୍କ ମଧ୍ୟ୍ୟ ରେ ଅସନ୍ତୋଷ ଦେଖାଦେଇଛି |ପ୍ରକୁତ ପକ୍ଷେ ରଥଯାତ୍ରା ଭକ୍ତ ଭଗବାନ ଙ୍କ ମଧ୍ୟରେ ଭକ୍ତି ର ସେତୁ ନାଁ ବ୍ୟବସାୟିକ ମାଇଲଖୁଣ୍ଟ ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି |




