ଚାରି ଦିନିଆ ସରକାରୀ ଗସ୍ତରେ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର/ନୂଆଦିଲ୍ଲୀ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଚାରି ଦିନିଆ ସରକାରୀ ଗସ୍ତରେ ନୂଆଦିଲ୍ଲୀ ଯାଇଛନ୍ତି। ସକାଳେ ଭୁବନେଶ୍ୱର ବିମାନବନ୍ଦରରୁ ସେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ।
ସୂଚନା ଅନୁଯାୟୀ, ଏହି ଗସ୍ତ ସମ୍ପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମକୁ କେନ୍ଦ୍ର କରି ହୋଇଥିବାବେଳେ, ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ସହ ସାକ୍ଷାତ କରି ରାଜ୍ୟ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି।
ତେବେ ଗସ୍ତ ସମୟରେ ସେ କେଉଁ କେଉଁ ବୈଠକରେ ଯୋଗଦେବେ କିମ୍ବା କେଉଁ ପ୍ରକଳ୍ପ ଓ ବିଷୟ ଉପରେ ଆଲୋଚନା ହେବ, ସେନେଇ ସରକାରୀ ସ୍ତରରୁ ଏପର୍ଯ୍ୟନ୍ତ ବିସ୍ତୃତ ସୂଚନା ପ୍ରକାଶ ପାଇନାହିଁ।
ମୁଖ୍ୟମନ୍ତ୍ରୀଙ୍କ ଏହି ଦିଲ୍ଲୀ ଗସ୍ତ ସମୟରେ କେନ୍ଦ୍ର ସହ ଓଡ଼ିଶାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ, ପାଣ୍ଠି ବଣ୍ଟନ ଓ ଅନ୍ୟାନ୍ୟ ପ୍ରଶାସନିକ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି।



