



ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷ ରୁ ଭାରତ ବନ୍ଦ ଡ଼ାକରା
ଦେଶରେ। ଆଦିବାସୀ ମାନଙ୍କ ସଂସ୍କୃତି ଓ ପରିଚୟ କୁ ଲୋପ କରିବାପାଇଁ ଏବଂ ବିକାଶ ନାମରେ ଜଳ,ଜଙ୍ଗଲ ,ଜମିରୁ ବେଦଖଲ କରିବାପାଇଁ, ସରକାର ଙ୍କ ପକ୍ଷରୁ ଅ ସାମ୍ବିଧାନିକ ଭାବେ ଯେଉଁ କାନୁନ୍ ତିଆରି କରାଯାଉଛି , ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରିବା ସହ ପର୍ଯ୍ୟାୟ କ୍ରମେ ରାଷ୍ଟ୍ର ବ୍ୟାପି ଆନ୍ଦୋଳନ ଓ ଆସନ୍ତା ଅଗଷ୍ଟ 7ତାରିଖ ରେ ଭାରତ ବନ୍ଦ ଡ଼ାକରା ଦିଆଯାଇଛି।ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ପରିଷଦ ପକ୍ଷ ରୁ କୁହାଯାଇଛି ଯେ ,ଆଦିବାସୀ ମାନଙ୍କ ହାତରୁ ଜମୀ ଚାଲିଗଲେ ତାଙ୍କ ପରିଚୟ ଲୋପ ପାଇଯିବା ଓ ଡ୍ରେସ୍ କୋଡ ଲାଗୁ ଦ୍ବାରା ଆଦିବାସୀ ସଂସ୍କତିର ମଧ୍ୟ ଲୋପ ପାଇଯିବ ତେଣୁ ସରକାର ତୁରନ୍ତ ଏହି କାନୁନ୍ କୁ ରଦ୍ଦ ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ। ଏହି ସାମ୍ବାଦିକ ସମ୍ମିଳନୀ ରେ
ଅନ୍ୟ ମାନଙ୍କ ମଧ୍ୟରେ ପରିଷଦ ର ରାଷ୍ଟ୍ରୀୟ ସଂ ରକ୍ଷକ ୱାମନ୍ ମେଶ୍ରମ୍, ସଭାପତି ପ୍ରଦୀପ କୁମାର୍ କଂହର ପ୍ରମୁଖ ଉପସ୍ଥିତ ଥିଲେ।




