

ବନ ମହୋତ୍ସବ ପାଳିତ
ଅଦ୍ଯ ତା ୦୩.୦୭ରିଖ ସୋମବାର ରେ ଢେଙ୍କାନାଳ ଜିଲ୍ଲା ପୈ।ରାଞ୍ଚଳର ୨ ନମ୍ବର ୱାର୍ଡରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବ ଉପଲକ୍ଷେ ବିଦ୍ୟାଳୟ ର ଇକୋ କ୍ଲବ ତରଫରୁ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର ଙ୍କ ସଭାପତି ତ୍ବରେ ଏକ ସଭାର ଆୟୋଜନ କରାଯାଇ ବୃକ୍ଷ ରୋପଣ ର ମହତ୍ତ୍ଵ ଉପରେ ଆଲୋଚନା କରାଯାଇଥିଲା। ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ସରଳା ସାହୁ ବୃକ୍ଷ ର ଉପକାରିତା ସମ୍ପର୍କରେ ଅବଗତ କରାଇବା ସହ ସମସ୍ତେ ପରିବେଶ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ନିଜ ବକ୍ତବ୍ୟରେ ଉପସ୍ଥାପନା କରିଥିଲେ। ଶିକ୍ଷକ ଶ୍ରୀ ସୁଶୀଳ କୁମାର ସାହୁ ବୃକ୍ଷ ରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବା ଜରୁରୀ ବୋଲି କହିଥିଲେ। ଶିକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ ମଧ୍ୟ ପିଲାମାନଙ୍କୁ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିଶ୍ର ନିଜର ସ୍ବହସ୍ତ ଲିଖିତ କବିତା ମାଧ୍ୟମରେ ପିଲାମାନଙ୍କ ମନରେ ବୃକ୍ଷ ରୋପଣ କରିବା ପାଇଁ ଉତ୍ସାହ ଭରିଦେଇ ଥିଲେ। ଶେଷରେ ଶିକ୍ଷୟିତ୍ରୀ ଶ୍ରୀମତୀ କବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ତାପରେ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପିଲାମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ସ୍କୁଲରୁ ଆରମ୍ଭ କରି କାଠଗଡା ଆନନ୍ଦ ନଗର ପର୍ଯ୍ୟନ୍ତ କରାଯାଇଥିଲା। ଏଥିରେ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଭୃତି ଯୋଗଦେଇଥିଲେ।





