

ନିରୀହ ଆଦିବାସୀଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଚାଲିଛି ଧାର୍ମାନ୍ତିକରଣ ।
କେନ୍ଦୁଝର ଜିଲ୍ଲା ଏକ ଖଣିଜ ଅଧ୍ୟୁଷିତ ତଥା ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଆଦିବାସୀ ସଂପ୍ରଦାୟର ଲୋକେ ବସବାସ କରିଥାନ୍ତି ଏବଂ ଏହି ସଂପ୍ରଦାୟର ଲୋକମାନେ ଅତି ସରଳ ପ୍ରଭୃତିର ହେଇଥିବାରୁ ଅନେକ ସମୟରେ ସେମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ସେମାନଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ ସରଲତା ର ଫାଇଦା ନେବାକୁ ଅପଚେଷ୍ଟା କରିଥାନ୍ତି। ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ତଥା ବଲାଣି ଥାନା ଅନ୍ତର୍ଗତରେ।
ସୂଚନା ଅନୁଯାୟୀ ଆଜି କିଛି ଖିର୍ଷ୍ଟିୟାନ ଧର୍ମି ଲୋକ ବଲାଣି ପଞ୍ଚାୟତ ଅନ୍ତର୍ଗତ ଡୁମୂର୍ତା ଗ୍ରାମର ଶହଶହ ସଂଖ୍ୟାରେ ଆଦିବାସୀ ସଂପ୍ରଦାୟର ଲୋକଙ୍କୁ ଏକତ୍ରିତ କରି , ହିନ୍ଦୁ ଧର୍ମକୁ ଛାଡି ଖିର୍ଷ୍ଟିୟାନ୍ ଧର୍ମକୁ ଆପଣେଇବାକୁ ଅପଚେଷ୍ଟା ଚଳାଇଥିବା ସମୟରେ ,କୌଣସି ପ୍ରକାରେ ବଜରଙ୍ଗ ଦଳର କର୍ମୀ ମାନେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ବାରୁ ଉଭୟ ପକ୍ଷଙ୍କ ମଧ୍ୟରେ କିଛି ସମୟଧରି କଥା କଟାକଟି ହେବା ଫଳରେ, ଖିର୍ଷ୍ଟିୟାନ୍ ଧର୍ମୀ ମାନେ ଉକ୍ତସ୍ଥାନ ଛାଡି ପଳାଇଥିଲେ। ସେମାନେ ସେ ସ୍ଥାନରୁ ଯିବାପରେ ବଜରଙ୍ଗ ଦଳର କର୍ମୀ ମାନେ ଭାରତ ମାତାକି ଜୟ ଓ ଜୟ ଶ୍ରୀ ରାମ ର ନାରା ଦେଇଥିଲେ। ପ୍ରକାଶ ଥାଉକି ଗତ କିଛି ଦିନ ପୁର୍ବରୁ ମଧ୍ୟ ଏହି ଖିର୍ଷ୍ଟିୟାନ୍ ଧର୍ମୀ ମାନେ ରୁଗୁଢି ଥାନା ଅଧୀନସ୍ତ ତଥା ଗୁଆଲି ପଞ୍ଚାୟତ ଅନ୍ତର୍ଗତ ଗନ୍ଧଲପଦା ଗ୍ରାମର କିଛି ସରଳ ଆଦିବାସୀଙ୍କୁ ବଡ଼ବିଲ ତହସିଲ୍ କାର୍ଯ୍ୟାଳୟ କୁ ଆଣି ଧର୍ମ ପରିବର୍ତ୍ତନ ନିମନ୍ତେ ସତ୍ୟପାଠ କରାଇବାକୁ ଅପଚେଷ୍ଟା କରୁଥିବା ସମୟରେ ମଧ୍ୟ ସ୍ଥାନୀୟ ଅଧିବାସୀ ଓ ବଜରଙ୍ଗ ଦଳର କର୍ମୀ ମାନଙ୍କ ବିରୋଧ ଯୋଗୁ ହଟହଟା ହେଇ ତହସିଲ୍ କାର୍ଯ୍ୟାଳୟ ପରିସର ଛାଡି ପଳାଇଥିଲେ। ଯାହାକି ଦେଖାଯାଉଛି ରୀତିମତ ଭାବରେ ହିନ୍ଦୁ ଧର୍ମକୁ କୁଳସିତ କରିବାକୁ କିଛି ଖଳ ପ୍ରବୃତ୍ତି ର ଲୋକଙ୍କ ଦ୍ୱାରା ଅପଚେଷ୍ଟା ଚାଲିଛି ଯେଉଁଥିପାଇଁ ଆଜିର ସମାଜରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ନିହାତି ଅନିର୍ବାର୍ଯ୍ୟ ମନେହୁଏ। ଯାହାଫଳରେ ସରଳ ଓ ନିରୀହ ଲୋକଙ୍କୁ ଏହିଭଳି ଖଳ ପ୍ରବୃତ୍ତି ଲୋକଙ୍କ ଠାରୁ ଦୂରେଇ ରଖାଯାଇ ପାରିବ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।





