ବ୍ରାଉନ ସୁଗର ରାକେଟ ର ମୁଖ୍ୟ ଝିଲି ସାହୁ କୁ ଗିରଫ କଲେ ଅନୁଗୋଳ ପୋଲିସ
ଅନୁଗୋଳ – ଅନୁଗୋଳ ଜିଲ୍ଲା ନାଲକୋ ଥାନା ବଳରାମପ୍ରସାଦ ଗ୍ରାମର ଏକ ଭଡ଼ା ଘରୁ ବ୍ରାଉନ ସୁଗର୍ ରାକେଟ ର କିଙ୍ଗ ପିନ
ଝିଲି ସାହୁକୁ ପୋଲିସ ଗିରଫ କରିଛି । ଅନୁଗୋଳ ଥାନାର ଭାର ପ୍ରାପ୍ତ ଅଧିକାରୀ ପ୍ରଭାତ ତ୍ରିପାଠୀ ଙ୍କ ନେତୃତ୍ୱରେ ଏକ ଟିମ୍ ନାଲକୋ ଥାନା ର ସହାୟତାରେ ଝିଲି ସାହୁ କୁ ଗିରଫ କରିଥିଲେ। ଅନୁଗୋଳ ଜିଲ୍ଲାର ଅନେକ ଅଞ୍ଚଳକୁ ଝିଲି ବ୍ରାଉନ ସୁଗାର ପଠାଇ ନିଜ ରାକେଟ କୁ ଅନାୟସ ରେ ଚଳାଇ ଆସିଥିଲା।ଗତ ମାର୍ଚ୍ଚ ୨୭ ତାରିଖରେ ଅନୁଗୋଳ ଟାଉନ୍ ପୋଲିସ ଗିତାଗ୍ରାମରେ ଚଢ଼ାଉ କରି ୬ ଗ୍ରାମର ବ୍ରାଉନ୍ ସୁଗାର ଜବତ କରିବାସହ ୪ ଜଣଙ୍କୁ ଗିରଫ କରିଥିଲା। ସୂଚନା ଅନୁଯାୟୀ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅନୁଗୋଳ ଟାଉନ୍ ଥାନା ପୋଲିସର ଏକ ଦଳ ସହରର ଗିତାଗ୍ରାମର ଜିତେନ୍ଦ୍ର ଧରଙ୍କ ଘର ଉପରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ପୋଲିସ ଦେଖିବାକୁ ପାଇଲେ ଯେ, ଏକ କୋଠରୀରେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଗୋଡ଼ିଢ଼ିପ ସାହିର ସୌମ୍ୟ ରଞ୍ଜନ ପଧାନ(୩୦), ଗୋପାଳ ପ୍ରସାଦ ଥାନା ଅନ୍ତର୍ଗତ ଭାଲୁଗାଡ଼ିଆ ଗାଁର ଦୁଷ୍ମନ୍ତ ନାଏକ(୨୪), ମନୋଜ ନାଏକ(୨୧) ଓ ଟାଉନ୍ ଥାନା ଅନ୍ତର୍ଗତ ତୁରଙ୍ଗ ଗାଁର ସାନୁ ବେହେରା(୨୨) ସିଗାରେଟରେ ବ୍ରାଉନ୍ ସୁଗାର ଟାଣୁଛନ୍ତି। ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଅନୁଗୋଳ ଅତିରିକ୍ତ ତହସିଲଦାର ପ୍ରଶାନ୍ତ କୁମାର ସିଂହଙ୍କ ଉପସ୍ଥିତିରେ ସମସ୍ତଙ୍କୁ ଯାଞ୍ଚ କରାଯାଇ ୬.୦୫୦ ଗ୍ରାମର ବ୍ରାଉନ୍ ସୁଗାର, ୪ଟି ମୋବାଇଲ ଫୋନ୍, ଗୋଟିଏ ବାଇକ୍, ସିଗାରେଟ୍, ଆଲୁମିନିୟମ୍ ଫଏଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା। ଏହି ଅଭିଯୁକ୍ତମାନେ ପ୍ରକାଶ କରିଥିଲେ ଯେ, ସେମାନେ ନାଲକୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗାଁର ଝିଲି ସାହୁ ଠାରୁ ବ୍ରାଉନ୍ ସୁଗାର କିଣିଛନ୍ତି। ଏ ଖବର ପାଇବା ପରେ ସେହିଦିନ ଠାରୁ ଝିଲି ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଥିଲା । ଆଜି ଝିଲି ସାହୁ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)
