
ଜଗନ୍ନାଥ ଷ୍ଟିଲ କମ୍ପାନୀରୁ ନିର୍ଗତ କଳା ଜହରରେ ଅଣନିଶ୍ୱାସି ଅଞ୍ଚଳବାସୀ।
କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଗୁଡିଏ କଳକାରଖାନା ମାନ ଉଠିଛି। କିନ୍ତୁ କିଛି ଖଣି କମ୍ପାନୀ ମାନଙ୍କ ଲାଭଖୋର ମନବୃତି ଓ ଖାମଖିଆଲି ଏବଂ ମନମୁଖୀ କାର୍ଯ୍ୟ ଯୋଗୁ ଅଞ୍ଚଳ ବାସିନ୍ଦା ମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସେହିଭଳି ଏକ ଅମାନିଆ ଖଣି କମ୍ପାନୀ ହେଉଛି ଜଗନ୍ନାଥ ଷ୍ଟିଲ କମ୍ପାନୀ। ଏହି ଜଗନ୍ନାଥ ଷ୍ଟିଲ କମ୍ପାନୀ କେନ୍ଦୁଝର ଜିଲ୍ଲାର ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ତଥା ବଡ଼ବିଲ ତହସିଲ୍ ଅଧିନସ୍ତ ଓ ବଡ଼ବିଲ ଥାନା ଅନ୍ତର୍ଗତ କାରାଖେନ୍ଦ୍ରା ପଞ୍ଚାୟତ ଅନ୍ତର୍ଗତ ଉଲିବୁରୁ ଗ୍ରାମରେ ରହିଅଛି। ଏହି ଜଗନ୍ନାଥ ଷ୍ଟିଲ କମ୍ପାନୀ ବିରୋଧରେ ବାରମ୍ବାର ପ୍ରଦୂଷଣ କୁ ନେଇ ଅଭିଯୋଗ ହୁଏ। ଏହି ଜଗନ୍ନାଥ ଷ୍ଟିଲ କମ୍ପାନୀ ରୁ ନିର୍ଗତ କଳା ରଙ୍ଗର ଯହର ଯୋଗୁ ଅଞ୍ଚଳ ବାସିନ୍ଦା ମାନେ ଏକ ପ୍ରକାର ଅଣନିଶ୍ୱାସି ହୋଇପଡ଼ିଛନ୍ତି। ଏହି ଜଗନ୍ନାଥ ଷ୍ଟିଲ କମ୍ପାନୀ ର ଚତୁର୍ପାର୍ଶ୍ୱରେ ଥିବା ଜନବସତି ସବୁ ଏହି ଜଗନ୍ନାଥ ଷ୍ଟିଲ କମ୍ପାନୀରୁ ନିର୍ଗତ କଳା ରଙ୍ଗର ଯହର ରେ ଆଚ୍ଛାଦିତ ପ୍ରାୟ। ଗତ କିଛିଦିନ ପୁର୍ବରୁ ରାଜ୍ୟ ବିଧାନସଭା ଗୃହ କମିଟିର ଏକ ପ୍ରତିନିଧି ଦଳ ବିଜୁ ଜନତା ଦଳର ବରିଷ୍ଠ ବିଧାୟକ ତଥା ପୂର୍ବତନମନ୍ତ୍ରୀ ଶ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଏହି ଅଞ୍ଚଳ ଗସ୍ତ କରି ବିଭିନ୍ନ କମ୍ପାନୀର ପ୍ରଦୂଷଣ କୁ ତଦାରଖ କରିବା ସହ, ଏହି ଜଗନ୍ନାଥ ଷ୍ଟିଲ କମ୍ପାନୀର ଅତ୍ୟଧିକ ପ୍ରଦୂଷଣ କୁ ନେଇ ବିରକ୍ତିଭାବ ପ୍ରକାଶ କରିବା ସହ କମ୍ପାନୀକୁ ତାଗିଦ୍ କରିଥିଲେ। କିନ୍ତୁ ଏହି ଅମାନିଆ ଜଗନ୍ନାଥ ଷ୍ଟିଲ କମ୍ପାନୀର କତୃପକ୍ଷଙ୍କ ଯେପରି କହାରିକୁ ଖାତିର ନାହିଁ ଏବଂ ଖୋଲା ଆକାଶ ରେ ଦିନଦ୍ୱିପ୍ରହର ରେ ଉଡେଇ ଚାଲିଛି କଳା ରଙ୍ଗର ଯହର। ଯିଏ ନିଜ ଆଖିରେ ଏ ପ୍ରଦୂଷଣ କୁ ନଦେଖିବ ବିଶ୍ୱାସ କରିବା ଅସମ୍ଭବ। ଆଞ୍ଚଳିକ ପ୍ରଦୂଷଣ ବିଭାଗ ଅଧିକାରୀ ସାଜିଛନ୍ତି ନିଦାବିଷ୍ଣୁ, କାହା ବଳରେ ବଳୀୟାନ ଏ ଅମାନିଆ ଜଗନ୍ନାଥ ଷ୍ଟିଲ କମ୍ପାନୀ, ଯାହାର କି ରାଜ୍ୟ ବିଧାନସଭା ଗୃହ କମିଟିକୁ ମଧ୍ଯ ଖାତିର ନାହିଁ। ଆଞ୍ଚଳିକ ପ୍ରଶାସନ ର ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଲେ ଅଞ୍ଚଳ ବାସିନ୍ଦା ମାନେ ଉପକୃତ ହେବେ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।





