ଅନୁଗୁଳ: ନକଲି ଔଷଧ ବିକ୍ରି ଅଭିଯୋଗରେ ୨ ଦୋକାନ ସିଲ୍
୨ ଔଷଧ ଦୋକାନକୁ ସିଲ୍ କଲା ଡ୍ରଗ୍ସ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍।
ନକଲି ପାଣ୍ଟୋସିଡ୍ ଡିଏସ୍ଆର୍ ବିକ୍ରି କରୁଥିବା ଅଭିଯୋଗ ପରେ ସିଲ୍। ସୂଚନା ମୁତାବକ ଅନୁଗୋଳ ଜିଲ୍ଲାପାଳ ସେହି ଔଷଧ ଦୋକାନରୁ ଔଷଧ ବ୍ୟବହାର କରୁଥିଲେ। ମାତ୍ର ଏହା ନକଲି ଜଣା ପଡିବା ପରେ ସେ ତୁରନ୍ତ ଡ୍ରଗସ୍ କଣ୍ଟ୍ରୋଲର ବିଭାଗକୁ ଜଣାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଏହା ପରେ ରାଜ୍ୟ ଡ୍ରଗ୍ଧ କଣ୍ଟ୍ରୋଲ ବିଭାଗର ଡ୍ରଗ୍ଣ ଏନଫୋର୍ସମେଣ୍ଟ ସ୍କାର୍ଡର ସହକାରୀ ଡ୍ରଗ୍ଧ କଣ୍ଟ୍ରୋଲର ଧର୍ମଦେବ ପୁହାନ, ତୁଷାର ରଞ୍ଜନ ପାଣିଗ୍ରାହୀ, ଡିଆଇ ହରିପ୍ରିୟା ମଲ୍ଲିକ ଏବଂ ଅନୁଗୋଳ ଡିଆଇ ପ୍ରମୁଖ ଏକ୍ଜୁକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଔଷଧଗୁଡିକରେ ଥିବା ଔଷଧର ମାନ ଯାଞ୍ଚ କରିଥିଲେ। ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ବହୁ ପ୍ରକାର ଔଷଧ ନକଲି ବୋଲି ଜଣାପଡ଼ିଥିଲା। ଫଳରେ ମେଡିସିନ ଷ୍ଟୋରକୁ ସିଲ୍ କରାଯାଇଥିଲା । ମେଡିସିନ ଷ୍ଟୋର ଗୁଡିକୁ ବନ୍ଦ୍ କରିବା ସହ ମାଲିକ ନାମରେ ଏତଲା ଦିଆଯାଇଥିବା ସୂଚନା ମିଳିଛି।





