ମହୁଲଖୋଳି ଗ୍ରାମରେ 74 ତମ ବନମହୋତ୍ସବ ପାଳିତ
ଢେଙ୍କାନାଳ : ଗଁଦିଆ ବ୍ଲକ ଦେଓଗାଁ ପଞ୍ଚାୟତ ମହୁଲଖୋଳି ଗ୍ରାମରେ ତାରିଣୀ ମନ୍ଦିର ପ୍ରାଙ୍ଗଣରେ ୭୪ତମ ବନୋମହୋତ୍ସବ ପାଳନ କରାଯାଇଛି। ରାଘବ ଚନ୍ଦ୍ର ତଥା ପ୍ରିୟବ୍ରତ ସ୍ମୃତି ତରଫରୁ ସମାଜ ସେବୀ ଗୋପବନ୍ଧୁ ବେହେରା ଅଧ୍ୟକ୍ଷତାରେ ଆୟୋଜିତ ଏହି ବନମହୋତ୍ସବରେ ଦେଓଗାଁ ସରପଞ୍ଚ ବିଜୟ ଦେହୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଷ୍ଟେଟ ବ୍ୟାଙ୍କ ଇଣ୍ଡିଆ ଲାଇଫ ଇନ୍ସୁରାନ୍ସ ମ୍ୟାନେଜର ସୋମନାଥ ଷଡ଼ଙ୍ଗୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ତତସହିତ ଗୋପଳପୁର ମହୁଲଖୋଳି ଗ୍ରାମର ବରିଷ୍ଠ ନାଗରିକ ବିରଞ୍ଚି ଗୋଛାୟତ, ସଉରୀ ଚରଣ ଗୋଚ୍ଛାୟତ, ଅଦେୟିତ ବେହେରା, ଲଷ୍ମୀଧର ବେହେରା ନୀଳମଣି ନାୟକ, ନରେନ୍ଦ୍ର ନାୟକ,ସମସ୍ତ ଚାଷୀ, ଯୁବକ, SHG ମହିଳା ଉପସ୍ଥିତ ରହି ବୃକ୍ଷ ରୋପଣ କରି ବନୋ ମହୋତ୍ସବର ଶୁଭାରମ୍ଭ କରିଥିଲେ। ବର୍ତମାନ ଶ୍ରାବଣ ମାସର ଆରମ୍ଭ ହେଇ ସାରିଛି କିନ୍ତୁ ଏବେ ବର୍ଷା ବଦଳରେ ବୈଶାଖର ତାତି। ଜନ ଜୀବନ ପ୍ରଭାବିତ ହେଉଛି। ତାର ଏକମାତ୍ର କାରଣ ଜଙ୍ଗଲ ନଷ୍ଟ। ଯଦି ଏମିତି ଜଙ୍ଗଲ ନଷ୍ଟ ହୁଏ ତେବେ ଆଗାମୀ ପିଢି ତଥା ଜନ ଜୀବନ ପ୍ରତି ବିପଦ ଦାଖା ଦେବ। ଜୁଲାଇ ପହିଲାରୁ ଜୁଲାଇ ୭ ତାରିଖକୁ ବନୋମହୋତ୍ସବ ସପ୍ତାହ ଭାବେ ପାଳନ କରାଯାଉଛି କେବଳ ଲୋକଙ୍କ ସଚେତନତା ପାଇଁ। ଜଙ୍ଗଲ ସୃଷ୍ଟି ପାଇଁ ଆଣେ ସଚେତନନହେବା ତେବେ ଆଗାମୀ ଦିନରେ ମାନବ ଜୀବନ ଲୋପ ପାଇବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ବୋଲି ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-19.jpg)

