
ଫେରିଲେ ଧଳା ପୋଷାକରେ ଚୌଦ୍ୱାର କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ବିଶ୍ୱାଳ, ଭୁବନେଶ୍ୱର ରେ ସାମ୍ବାଦିକ ସମ୍ମିଳନୀ କରି କଟକ ଓଏମପି ଛକ ପହଁଚି ଥିଲେ, ସେଠାରେ ହଜ଼ାର ହଜ଼ାର ସଂଖ୍ୟାରେ ମହିଳା, ଯୁବକ, ପ୍ରତେକ ୱାର୍ଡ ରୁ ତାଙ୍କୁ ଭଲ ପାଉଥିବା ତାଙ୍କର ସମର୍ଥକ ଫୁଲତୋଡ଼ା ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ, ଓଏମ୍ପି ଛକରୁ ଏକ ମୋଟରସାଇକଲ ରାଲିରେ ମହାନଦୀ ବିହାର ବାସଭବନରେ ପହଁଚିଥିଲେ, ଚୌଦାର କଟକ ରୁ ଅନେକ ସମର୍ଥକ ମଧ୍ୟ ଯୋଗ ଦେଇଥିଲେ, 53 ନମ୍ବର କେର୍ପୋରେଟର ଅରବିନ୍ଦ ଜେନା ଓ ତାଙ୍କ ସମର୍ଥକ ସ୍ୱାଗତ କରିଥିଲେ, ମହାନଦୀ ବିହାର 47 ନୋ କେର୍ପୋରେଟର ଇଂ ସୁବ୍ରତ ଘଡ଼େଇ ତଥା ଅନେକ କେର୍ପୋରେଟର ତାଙ୍କ ବାସଭବନ ରେ ଦେଖିବାକୁ ମିଳିଥିଲା । ସେ ତାଙ୍କର ପତିକ୍ରିୟା ରେ କହିଲେ ଯୋଉମାନେ ମୋ ବିରୁଦ୍ଧରେ ଯୋଉମାନେ କୁଚକ୍ରୀ କରିଛନ୍ତି,ଭଗବାନ ତାଙ୍କ କଥା ବୁଝିବେ ।




