(ମା ସାରଳାଙ୍କ ପୀଠରେ ପ୍ରଶାସନ ପକ୍ଷରୁ କଡାକଡି କଟକଣା ଜାରି | ସେବାୟତ ଙ୍କ ମଧ୍ୟ୍ୟ ରେ ତୀବ୍ର ଅସନ୍ତୋଷ )
ଜଗତସିଂହପୁର,
ତା =9/7/23
ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଙ୍କ ପୀଠରେ ପ୍ରଶାସନ ପକ୍ଷରୁ କେତେକ ନିୟମ କୁ କଡାକଡି କରାଯାଇଛି। ସେବାୟତ ମାନଙ୍କର ଉଶୃଙ୍ଖଳିତ ଆଚରଣ ଉପରେ ରୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ହୁଲିଆ ଜାରୀ କରିଛି।ମିଳିଥିବା ସୂଚନା ଅନୁସାରେ ଏଣିକି ମନ୍ଦିର ଗର୍ଭଗୃହ ମଧ୍ୟକୁ ସେବା ନଥିବା ସେବାୟତ ଙ୍କୁ ବାରଣ କରାଯିବ । ମା ଙ୍କ ବେଶ ହୋଇ ସାରିବା ପରେ କେତେକ ସେବାୟତ ମା ଙ୍କ ଫୁଲ କାଢି ନେଇ ଯିବା ଓ ଚନ୍ଦନ ଲାଗି ସମୟ ରେ ମା ଙ୍କ ଶରୀର ରୁ ଚନ୍ଦନ ଛଡାଇ ଆଣିବା ଆଦି ବାରଣ କରାଯାଇଛି। ଅବିବାହିତ ସେବାୟତ ଙ୍କୁ ମନ୍ଦିର ଗର୍ଭଗୃହ କୁ ପ୍ରବେଶ ଉପରେ ଅଙ୍କୁଶ ଲାଗିଛି। ମା ଙ୍କ ମନ୍ଦିର ବେଢା ରେ ଶ୍ରୀ ବିଗ୍ରହ ଙ୍କର ଫଟୋ ଉତଲନ ଉପରେ ନିଷେଧାଦେଶ ଜାରି କରାଯାଇଛି। ମନ୍ଦିର ଭିତରକୁ ମୋବାଇଲ ଫୋନ ସମ୍ପୁର୍ଣ୍ଣ ବାରଣ କରାଯାଇଛି। ସେବାୟତ ମାନେ ଯଦି ମୋବାଇଲ ଫୋନ ମନ୍ଦିର ମଧ୍ୟକୁ ନେବେ ତେବେ କ୍ୟାମେରା ନଥିବା ସାଧା ଫୋନ ବ୍ୟବହାର କରି ପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି କେତେକ ସେବାୟତ ଯାତ୍ରୀ ମାନଙ୍କୁ ଘର ଓ ପରିଚୟ ପଚାରିବା ସହିତ ଭୋଗ ଓ ଦର୍ଶନ କରାଇଦେବାକୁ କହି ଜୋର ଜବରଦସ୍ତ କରିଥାନ୍ତି।ଏହା ଉପରେ ମଧ୍ୟ ଅଙ୍କୁଶ ଲାଗିଛି। ଯଦି କେହି ସେବାୟତ ଙ୍କ ଦ୍ଵାରା ଶ୍ରଦ୍ଧାଳୁ ଭକ୍ତ ଙ୍କୁ ହଇରାଣ ହରକତ କରାଯାଇଉଥିବାର ଅଭିଯୋଗ ଆସେ ତେବେ ସଂପୃକ୍ତ ସେବାୟତ ଙ୍କ ବିରୋଧ ରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମନ୍ଦିର ମଧ୍ୟରେ ପାନ ପିକ, ପଲିଥିନ ବେବହାର ଉପରେ କଟକଣା ଜାରି କରାଯାଇଛି।ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଭକ୍ତ ମାନଙ୍କ ସମସ୍ୟା କୁ ନେଇ ଏକ ଅଭିଯୋଗ ପତ୍ର ବାକ୍ସ ବେଢା ରେ ସ୍ଥାପନ କରାଯିବ।ଯଦି କେହିଭକ୍ତ ଅସୁବିଧାରେ ପଡନ୍ତି ତେବେ ନିଜର ଅଭିଯୋଗ ପତ୍ର ସେଠାରେ ପକାଇ ପାରିବେ।ତିନିଦିନ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି ପ୍ରଶାସନ କହିଛି। ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଗର୍ଭ ଗୃହ କୁ ସମ୍ପୁର୍ଣ୍ଣ ଖାଲି କରାଯିବ। କୌଣସି ଭକ୍ତ ଙ୍କୁ ମନ୍ଦିର ଗର୍ଭ ଗୃହ କୁ ଯଦି କେହି ସେବାୟତ ନିଅନ୍ତି ତେବେ ସମ୍ପୃକ୍ତ ସେବାୟତ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ନୂଆ ନିଅମ ଆସିବା ପରେ ସେବକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




