ସାମାଜିକ ସଂସ୍କାର ବିଧି ବ୍ୟବସ୍ଥା।
ଢେଙ୍କାନାଳ କ୍ୟୈବଲ୍ୟ ବଜାର ସ୍ଥିତ ଭାଗବତ ମଣ୍ଡପ ପରିସରରେ ଢେଙ୍କାନାଳ ଜିଲ୍ଲା ପାଣ ସମାଜ ଉନ୍ନୟନ ମୂଳକ ପରିଷଦ ର ଏକ ବୈଠକ ସଭାପତି ସରୋଜ କୁମାର ମଲିକ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା। ବାବା ସାହେବଙ୍କ ଲିଖିତ ସମ୍ବିଧାନକୁ ଅନୁସରଣ କରି ସମସ୍ତ ଦଳିତ ପାଣ ମାନଙ୍କୁ ନ୍ୟାୟ ଦେବା । କଳୁଷିତ ପ୍ରଥା ଯଥା, ବାଲ୍ୟବିବାହ, ଯୈାତୁକ ସମସ୍ୟା ଦୂର କରିବା, ଶିକ୍ଷା ବ୍ୟବସ୍ଥା କୁ ଆଗକୁ ଆଣିବା ନିରିହ ବୃଦ୍ଧା ବୃଦ୍ଧଙ୍କୁ ମୋଡିକାଲ ଚିକିତ୍ସା କରାଇବା, ଉଚ୍ଚ ଶିକ୍ଷା ନିମନ୍ତେ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସଂଘ ର ଲକ୍ଷ୍ୟ ବୋଲି କହିଥିଲେ। ଏଥିରେ ସଂଘର ଆବାହକ ଶ୍ରୀଧର ମଲିକ, ଉପଦେଷ୍ଟା ଶ୍ରୀନିବାସ ମଲିକ , ଅନାରଖ ମଲିକ,ଅରୁଣ ମଲିକ, ଅନ୍ତର୍ଯ୍ୟାମୀ ମଲିକ ,ସଖତ୍ରତ ମଲିକ,ରାଜେଶ ମଲିକ ଓ ଅନ୍ୟ ମାନେ ଯୋଗଦାନ କରି ଥିଲେ। ସମ୍ପାଦକ ଚନ୍ଦ୍ରମଣି ମଲିକ ସଭା ପରିଚାଳନା କରିଥିଲେ।




