






କଟକରେ 16ଟି ନୂଆ ପ୍ରକଳ୍ପର ଶିଳାନ୍ୟାସ
କଟକ ପୌର ନିଗମ ପକ୍ଷରୁ ବିଭିନ୍ନ ୱାର୍ଡରେ 16 ଟି ନୂଆ ପ୍ରକଳ୍ପ ର ଆଜି ଶୁଭ ଦିଆଯିବ ସହ ଭୂମି ପୂଜା କରାଯାଇଛି
ମେୟର ସୁବାଷ ସିଂ ଙ୍କ ନେତୃତ୍ଵରେ ସହରର ବିଭିନ୍ନ ସ୍ଥାନରେ ଏହି କାର୍ଯକ୍ରମ ଆରମ୍ଭ କରଯାଇଥିଲା। ସିଏମସି ଅଞ୍ଚଳରେ ଥିବା 3 ଟି ନିର୍ବାଚନ ମଣ୍ଡଳୀ, ବାରବାଟୀ କଟକ ଚୌଦ୍ଵାର କଟକ ଓ କଟକ ସଦର ନିର୍ବାଚନ ମଣ୍ଡଳୀ ରେ ପ୍ରକଳ୍ପ ଗୁଡିକ କାର୍ଯ୍ୟ କ୍ଷମ ହେବାକୁ ଥିଲା ବେଳେ ଆଜି କେବଳ କଟକ ବାରବାଟୀ ଓ କଟକ ଚୌଦ୍ଵାର 16 ଟି ସ୍ଥlନରେ ଭୂମି ପୂଜା କରାଯାଇଥିଲା । 7 ଟି ସ୍ମାର୍ଟ ଲାଇବ୍ରେରୀ, 3 ଟି ଅତ୍ୟାଧୁନିକ ବସ ଷ୍ଟପ୍, ଯଥା 3 ଟି ବାଇଓ ଟଏଲେଟ ନିର୍ମାଣ କାର୍ଯ୍ୟ ଏଥିରେ ରହିଛି ଏବଂ ବାରବାଟୀ ଷ୍ଟାଡିୟମ୍ ପାଖରେ 6 କୋଟି 67 ଲକ୍ଷ୍ୟ ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଫୁଟ କୋର୍ଟ, ସ୍ମାର୍ଟ ବସ ଷ୍ଟପ୍ ପାଇଁ 37 ଲକ୍ଷ୍ୟ ସ୍ମାର୍ଟ ବାଇଓ ଟଲେଟ ପାଇଁ 33 ଲକ୍ଷ୍ୟ ଟଙ୍କା ବ୍ୟୟ କରାଯିବ। ମଧୁସୂଦନ ସେତୁ ଉପରେ 2 କୋଟି 90 ଲକ୍ଷ
ଟଙ୍କା ର ଆଲୋକ କରଣ ବ୍ୟବସ୍ଥା କରାଯିବ। ଏତତ୍ ବ୍ୟତୀତ କୃଷକ ବଜାର ରେ ସ୍ମାର୍ଟ ଲାଇବ୍ରେରୀ, ବାଦାମବାଡ଼ି ମଧୁପାଟଣା ଫୁଟ ପlଥ ନିର୍ମାଣ ରେ 4 କୋଟି 40 ଲକ୍ଷ୍ୟ ବ୍ୟୟ କରାଯିବ। ଏହା କୌଣସି ଠିକା ସଂସ୍ଥା କାର୍ଯ୍ୟ ନୁହେଁ ବରଂ ସିଧାସଳଖ ସରକାରୀ କଳ ଏହାର ତଦାରଖ କରିବେ ଏବଂ ଉନ୍ନତ ମାନର କାର୍ଯ୍ୟ ସହ ସ୍ୱଚ୍ଛତା ବଜାୟ ରହିବ ବୋଲି ମେୟର କହିଛନ୍ତି l ଏହି କାର୍ଯକ୍ରମରେ ମେୟର ସୁବାଷ ସିଂ, ଡେପୁଟି ମେୟର ଦମୟନ୍ତୀ ମାଝୀ, ବିଧାୟକ ମହମ୍ମଦ ମୋକିମ୍, ପୂବର୍ତନ ବିଧାୟକ ପ୍ରଭାତ ବିଶ୍ୱଳ,ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ସିଏମସି କମିଶନର ନିଖିଲ ପବନ କଲ୍ଯାଣ ବିଜେଡି ନେତା ରଞ୍ଜନ ବିଶ୍ଵାଳ ସିଏମସି ଅଧିକାରୀ ଓ ସ୍ତାନୀୟ କର୍ପୋରେଟର ମାନେ ଉପସ୍ଥିତ ଥିଲେ।




