ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି
ବିଷୟ ___ ଆଳି ବ୍ଳକ ଅନ୍ତର୍ଗତ ଆଳି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତଥା ବର୍ତ୍ତମାନର ଜଣାଶୁଣା ସୁ ଲେଖିକା , ବକ୍ତା ଓ କବି ରଶ୍ମିତା ସେନାପତିଙ୍କ ପ୍ରଥମ କବିତା ସଂକଳନ କୃଷ୍ଣ ଚୁଡାର ବାସ୍ନା ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ଉଦଘାଟକ ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ ଯୋଗଦେଇ ଥିବା ବେଳେ ବିଶିଷ୍ଟ ଗାଳ୍ପିକ ଓ ପ୍ରଛଦପଟ ଶିଳ୍ପୀ ଅତୁଲ ବଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ କିନ୍ତୁ ସମ୍ବାଦ ସାହିତ୍ୟ ଘର ଆଳିର ସଭାପତି ତଥା ସମାଜସେବୀ ଏବଂ ଇଞ୍ଜିନିୟର ନିଳାଦ୍ରୀ ଭୁଷଣ ମହାପାତ୍ର ସଭା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ କଥାକାର ପ୍ରଦୀପ ନାୟକ ପୁସ୍ତକର ସମୀକ୍ଷା କରିଥିଲେ। ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ାର ପୂର୍ବତନ ଜିଲ୍ଲାପାଳ ତଥା ଓଡ଼ିଶା ବିଧାନସଭାର ସଚିବ ଦାଶରଥି ଶତପଥୀ ଯୋଗଦେଇ ଥିବା ବେଳେ ରାଜ୍ୟ ପାଳ ପୁରସ୍କାର ପ୍ରାପ୍ତ ଶିକ୍ଷୟିତ୍ରୀ ତଥା କବି ଆରାଧନା ଦାସ , ଉଦ୍ୟାନ କୃଷି ନିର୍ଦ୍ଦେଶକ ଧରଣୀଧର ପାତ୍ର, କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦର ସମ୍ପାଦକ ସରୋଜ କୁମାର ମହାନ୍ତି,କବି ଓ ସଂଗଠକ ପ୍ରମୋଦ କୁମାର ମଲ୍ଲିକ, ଆଳି ବ୍ଳକ ଶିକ୍ଷା ଅଧିକାରୀ ପାବନୀ ଚରଣ ରାଉତ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥି ମାନେ ପ୍ରକାଶ କରିଥିଲେ ଯେ ସାହିତ୍ୟ ହେଉଛି ସମୁଦ୍ର ପରି ଅଥଳ, ଆକାଶ ପରି ଅପରିସୀମା ତାର କଳ୍ପନା କରିବା ଏକ ଦୁରୁହ ବ୍ୟାପାର ବୋଲି ଅତିଥି ମାନେ ପ୍ରକାଶ କରିଥିଲେ।
ଆଳିରୁ ସରୋଜ ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ








