କୋଲକାତା : ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନର ଗଣତି ମଙ୍ଗଳବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଏବେ ସୁଦ୍ଧା ୧୦ଟି ଗ୍ରାମ ପଞ୍ଚାୟତ ଆସନ ଟିଏମ୍ସିକୁ ଯାଇଥିବାବେଳେ ୨୦୦ଟି ପଞ୍ଚାୟତ ସମିତିରେ ଆଗୁଆ ରହିଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଟିଏମସି ୧୯ଟି ଆସନରେ ଆଗରେ ଚାଲିଛି।

ଦିନହାଟାରେ ଷ୍ଟ୍ରଙ୍ଗ ରୁମ ସାମ୍ନାରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ତ୍ରୁଣମୂଳ କଂଗ୍ରେସ(ଟିଏମସି) କର୍ମୀ ମୁହାଁମୁହିଁ ହେବା ସହିତ ମାଲଦାରେ ବି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି।




