ଶୈଳ ଶ୍ରୀକ୍ଷେତ୍ର ଏବଂ ମା ବୁଢୀ ଠାକୁରାଣୀ ମନ୍ଦିର ଦର୍ଶନ ସହ ଉନ୍ନତିକରଣ ପାଇଁ ଆଲୋଚନା କଲେ 5T ସଚିବ

ଅନୁଗୋଳ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ ରେ ଆସିଛନ୍ତି 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍। ଅନୁଗୋଳ ଜିଲ୍ଲାର ତାଳଚେର, ଛେଣ୍ଡିପଦା ଅଞ୍ଚଳ ପରିଦର୍ଶନ କରିବା ପରେ ବନ୍ତଳା ଛକ ଠାରେ ପହଁଚି ଏକ ଅଭିଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବନ୍ତଳା ଠାରୁ ବାହାରି ବିଜୁ ମଇଦାନରେ ଠାରେ +୨, +୩ ଛାତ୍ରଛାତ୍ରୀ ମାନଙ୍କ ସହ ବିଭିନ୍ନ ସମସ୍ୟା ନେଇ 5T ସଚିବଙ୍କ ସହ ଆଲୋଚନା କରିଥିଲେ । ପିଟିସି ପଡିଆ ଠାରେ ମିସନ ଶକ୍ତି ମହିଳା ମାନଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ବ୍ଲାକ ଡାଇମଣ୍ଡ ପରିଦର୍ଶନ ମଧ୍ୟ କରିଥିଲେ। ଆଜି ଶୈଳ ଶ୍ରୀକ୍ଷେତ୍ର ଏବଂ ମା ବୁଢୀ ଠାକୁରାଣୀ ମନ୍ଦିର ଦର୍ଶନ ସହ ଉନ୍ନତିକରଣ ପାଇଁ ଆଲୋଚନା କରିବା ପରେ ଖଲାରୀ ହାଇ ସ୍କୁଲ ପରିଦର୍ଶନ ସହ ମିସନ ଶକ୍ତି କାଫେ ପରିଦର୍ଶନ କରିଥିଲେ।




