ବ୍ରହ୍ମପୁର ଲାଞ୍ଜୀପଲ୍ଲୀ ସ୍ଥିତ ଏକ୍ସଇଲେଣ୍ଟ କୋଚିଙ୍ଗ ସେଣ୍ଟର ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଟିତ.

ବ୍ରହ୍ମପୁର.ଲାଞ୍ଜୀପଲ୍ଲୀ ଖାଲାସାହି ସ୍ଥିତ ଏକ୍ସଇଲେଣ୍ଟ କୋଚିଙ୍ଗ ସେଣ୍ଟର ପରିସରରେ ଏକ ସ୍ଵେଚ୍ଛlକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି l ସେଣ୍ଟର ର ଅଧକ୍ଷ ରାଜ କିଶୋର ସାହୁଙ୍କ ଅଧକ୍ଷତାରେ ରକ୍ତ ଦାନ ଶିବିର ଆୟଜନ ହୋଇଥିଲା l ରକ୍ତ ଅଭାବରୁ କେହି ଯେମିତି ମୃତ୍ୟବରଣ ନ କରନ୍ତୁ ଏବଂ ରକ୍ତ ଦାନ ମହତ ଦାନ ବୋଲି କହିଥିଲେ ଶ୍ରୀଯୁକ୍ତ ସାହୁ l ସର୍କିଲ କର୍ଡିଓନେଟର ଲୋକନାଥ ସାହୁ ରିବନ କାଟି ବ୍ଲୋଡ ଡନେଶନ କେମ୍ପର ଶୁଭ ଉଦ୍ଘାଟନ କରିଥିବା ବେଳେ ବଡ଼ ମେଡ଼ିକାଲ ସ୍ନାୟୁ ବିଭାଗର ଡାକ୍ତର ଅନିଲ ଶର୍ମା ଓ ଜୁନିୟର ରେଡ କ୍ରୋସ ଅଫିସର୍ ବିଶ୍ଵ ରଞ୍ଜନ ରଥ ପ୍ରମୁଖ ଯୋଗ ଦେଇ ରକ୍ତ ଦାତା ଙ୍କୁ ଉଚ୍ଚାହିତ କରିଥିଲେ l ଆୟୋଜିତ ରକ୍ତ ଦାନ ଶିବିରରେ ୪୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା l କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଏକ୍ସଇଲେଣ୍ଟ କୋଚିଙ୍ଗ
ସେଣ୍ଟରର ମମତା ମଞ୍ଜରୀ ମିଶ୍ର,ଗାୟତ୍ରୀ ପାତ୍ର, ଜିନାଲ ଗୌଡ,ସନ୍ଦୀପ ବିଶ୍ବାଳ ସମେତ ସେଣ୍ଟର ର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l




