ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଢେଙ୍କାନାଳ ଜିଲ୍ଲା ମହିଳା କଂଗ୍ରେସ ର ବିକ୍ଷୋଭ
ଢେଙ୍କାନାଳ ୧୧/୦୭: ଆଜି ଢେଙ୍କାନାଳ ଜିଲ୍ଲା ମହିଳା କଂଗ୍ରେସ କମିଟି ସଭାପତି ସ୍ମିତା ରାଣୀ ସାମଲଙ୍କ ନେତୃତ୍ବରେ ଜିଲ୍ଲା ମହିଳା କଂଗ୍ରେସ କମିଟି ର ସସ୍ମିଧା ତରାଇ(ଏଆଇସିସି ସଭ୍ୟା), ରୋମିଆନ୍ ବେଗମ୍ (ଉପସଭାପତି), ଶିଳ୍ପୀଶ୍ରୀ ହରିଶ୍ଚନ୍ଦନ ( ରାଜ୍ୟ ସମ୍ପାଦିକା), ସରସ୍ବତୀ ତରାଇ, ତନୁଶ୍ରୀ ସାମଲ,ମନୀଷା ଖଟୁଆ,ସୋନୀ ସିଂ,ଜଲ୍ଲି ମହାକୁଡ଼ ସଦସ୍ୟମାନଙ୍କ ଉପସ୍ଥିତିରେ ଜିଲ୍ଲା ମହିଳା କଂଗ୍ରେସ କର୍ମକର୍ତ୍ତା ଦ୍ବାରା ପନିପରିବା ତଥା ହାଣ୍ଡିଶାଳ ର ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ଅହେତୁକ ଦରଦାମ ବୃ୍ଦ୍ଧି ଓ ପନିପରିବା ଚାଷି ସମସ୍ୟା ର ପ୍ରତିବାଦରେ ଢେଙ୍କାନାଳ ର କୃଷକ ବଜାର ପରିବା ମାର୍କେଟ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସମ୍ପୁର୍ଣ୍ଣ ମାର୍କେଟ ବୁଲି ବୁଲି ଚାଷିମାନଙ୍କ ଦୁଃଖ ଓ ପରିବାର ଦରଦାମ ବୃଦ୍ଧି କୁ ନିନ୍ଦା କରିଥିବା ବେଳେ ୨୩ବର୍ଷର ସରକାର କୋଲଷ୍ଟୋର ପ୍ରତିଶୃତି ଦେଇ ଦେଇ ଠକିବାରେ ବ୍ୟସ୍ତ ବୋଲି ସମ୍ପାଦିକା କହିଥିଲେ। ତେଣୁ ଏହି ଭଳି ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦ କରୁଛୁ ଯଦି କୌଣସି ସୁଫଳ ନମିଳେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି କହିଛନ୍ତି।






![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)