ଅବାଧରେ ଚାଲିଛି ଗଜରାଜ୍ ଙ୍କ ହତ୍ୟା ଆଞ୍ଚଳିକ ପ୍ରଶାସନିକ ଅଧିକାରୀ ସାଜିଛନ୍ତି ମୂକସାକ୍ଷୀ।
କେନ୍ଦୁଝର ଜିଲ୍ଲା ଏକ ଖଣିଜସମ୍ପଦ ଭରା ଏବଂ ପାହାଡ଼ ଜଙ୍ଗଲ ତଥା ପ୍ରାକୃତିକ ପରିବେଶ ପୂର୍ଣ୍ଣ ଜିଲ୍ଲା ହୋଇଥିବା ବେଳେ, ଏହି ଜିଲ୍ଲାର ବିଭିନ୍ନ ଜଙ୍ଗଲ ମଧ୍ୟରେ ଅନେକ ପ୍ରକାରର ଜୀବଜନ୍ତୁ ଙ୍କୁ ଦେଖିବାକୁ ମିଳିଥାଏ। ଏବଂ ସେମାନଙ୍କ ମଧ୍ୟରୁ ଐତିହ ପ୍ରାଣୀ ବୋଲାଉଥିବା ପ୍ରାଣୀ ହାତୀ ଅନ୍ୟତମ ଅଟେ। କିନ୍ତୁ ଦେଖାଯାଇଛି ଯେମିତି ବିଗତ କିଛି ସମୟଧରି ଏହି ଐତିହ ପ୍ରାଣୀଙ୍କୁ ଅବାଧରେ ଏକ ପ୍ରକାର ହତ୍ୟା କରାଯାଉଛି। କେତେବେଳେ ଶିକାରୀ ଏମାନଙ୍କ ଶିକାର କରୁଛନ୍ତି ତ କେତେବେଳେ ବିଭାଗୀୟ ଅଧିକାରୀ ଙ୍କ ଦୋଷ ଦୁର୍ବଳତାରୁ ଏହି ଐତିହ ପ୍ରାଣୀ ବୋଲାଉଥିବା ହାତୀ ମୃତ୍ୟୁ ମୁଖରେ ପଡୁଛି। ନାମକୁ ମାତ୍ର ଜିଲ୍ଲାର ବିଭିନ୍ନ ସ୍ଥାନରେ ଲେଖା ଦେଖିବାକୁ ମିଳିଥାଏ ହାତୀ ଆମର ଐତିହ ପ୍ରାଣୀ ଏହାର ସୁରକ୍ଷା ଆମର ଦାୟିତ୍ବ, ଖାଲି ବୋର୍ଡ ମାରି ନିଜ ଦାୟିତ୍ବ ନିର୍ବାହ କରୁଥିବା ମନେହୁଏ। କିନ୍ତୁ ଅଧିକାରୀଙ୍କ ଖାମଖିଆଲି ନୀତି ଅବା ଅବହେଳା ଯୋଗୁ ଅନେକ ସମୟରେ ଏହି ଐତିହ ପ୍ରାଣୀ ହାତୀ ବିଲୁପ୍ତ ହେବାକୁ ଯାଉଛି କହିଲେ ଅତ୍ୟୁକ୍ତି ହେବନାହିଁ। ବିଭିନ୍ନ ସମୟରେ ଦେଖାଯାଇଛି ଜଙ୍ଗଲ ମଧ୍ୟରେ ଯାଇଥିବା ଇଲେକ୍ଟ୍ରି ଲାଇନ୍ ଅବା ରେଳ ଲାଇନ୍ ଯୋଗୁ ଏହି ଐତିହ ପ୍ରାଣୀ ହାତୀ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। କିନ୍ତୁ ବନଖଣ୍ଡ ଅଧିକାରୀଙ୍କ ନିଷ୍କ୍ରିୟତା ଯୋଗୁ ଏହି ଐତିହ ପ୍ରାଣୀ ହାତୀ ଙ୍କ ମୃତ୍ୟୁ ହାର ବଢ଼ିବାରେ ଲାଗିଛି। ସେହିଭଳି ଆଉ ଏକ ଦୃଶ୍ୟ ସାମ୍ନାକୁ ଅସିଛି , ଆନନ୍ଦପୁର ବନଖଣ୍ଡ ଅନ୍ତର୍ଗତ ଦୈତାରି ରେଞ୍ଜରେ। ଆଜି ଭୋର ସମୟରେ ତାଙ୍ଗରିଆପାଳ ଶଗଡପଟା ଷ୍ଟେସନ ମଝିରେ ଟ୍ରେନ୍ ଦୁର୍ଘଟଣା ରେ ଦୁଇ ମାଈ ହାତୀ ଙ୍କ ମୃତ୍ୟୁ ହୋଇଥିବା ସୂଚନା, ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ।ଯାହାକି ବାରମ୍ବାର ଅଭିଯୋଗ ହୁଏ ଜଙ୍ଗଲ ମଧ୍ୟରେ ଥିବା ରେଳ ଲାଇନ୍ ରେ ଗତି କୁ ସୀମିତ ରଖିଲେ ଏହି ଐତିହ ପ୍ରାଣୀ ବୋଲାଉଥିବା ହାତୀ ଙ୍କ ମୃତ୍ୟୁ ନ ହେବା ଧାର୍ଯ୍ୟ ପ୍ରାୟ, କିନ୍ତୁ ଏକଥାକୁ ଶୁଣିଛି ବା କିଏ, ହାତୀ ମରୁଛି ଆମ ଘର ଲୋକତ ନୁହେଁ ମରୁ। କିନ୍ତୁ ବାରମ୍ବାର ରେଳ ଦୁର୍ଘଟଣା ଘଟି ହାତୀଙ୍କ ମର୍ମନ୍ତୁଦ ଦୁର୍ଘଟଣା ରେ ଜୀବନ ଯାଉଥିଲେ ସୁଦ୍ଧା ବନଖଣ୍ଡ ଅଧିକାରୀଙ୍କ ମାଉନବ୍ରତ ଆଶ୍ଚର୍ୟ୍ଯ ଚକିତ କରେ । ମନେହୁଏ ଜିଲ୍ଲା ପ୍ରସାସନିକ ଅଧିକାରୀ ଦୃଷ୍ଟି ଆଢ଼ୁଆଳରେ ଏସବୁ ହେଉଥିବା ମନେହୁଏ, ଏଥି ପ୍ରତି ଜିଲ୍ଲା ପ୍ରଶାସନିକ ଅଧିକାରୀ ଦୃଷ୍ଟି ଦେବାକୁ ଅନୁରୋଧ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।








