ଚୌଦ୍ୱାର ୪ ନମ୍ବର ୱାର୍ଡରେ ସ୍ଵଚ୍ଛତା ଦିବସ ପାଳିତ ।
କଟକ ଜିଲ୍ଲା ଅନ୍ତର୍ଗତ ଚୌଦ୍ଵାର ପୌରପାଳିକା ସ୍ଥିତ ୪ନମ୍ବର ୱାର୍ଡ ର ବିଜୁ ଜନତଦଳ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ମିଳିତ ଆନୁକୂଲ୍ୟରେ ଏକ ସଫେଇ କାର୍ଯ୍ୟ କ୍ରମ ରବିବାର ଦିନ ଅନୁଷ୍ଟିତ ହୋଇଯାଇଅଛି । ଏଥିରେ ୪ନମ୍ବର ୱାର୍ଡ ର ପାରିଷଦ ଶ୍ରୀଯୁକ୍ତ ଅର୍ଜୁନ ବେହେରା ଙ୍କ ନେତ୍ରୁତ୍ୟ ରେ ମା ସରଦେଇ ମନ୍ଦିର ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମକୁ ସମସ୍ତେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ମହିଳା ଓ ପୁରୁଷ ମାନେ ମିଶି ସଫେଇ କାର୍ଯ୍ୟରେ ଯୋଗ ଦେଇଥିଲେ । ବିଜେଡି କାର୍ଯ୍ୟକାରୀ ସଭାପତି ବିମଳ କୁମାର ବେଉରା ପରିସରକୁ ସ୍ୱଚ୍ଛତା ରଖିବାପାଇଁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ପରେ ସହରକୁ ମଧ୍ୟ ସ୍ୱଚ୍ଛ ରଖିବାପାଇଁ ଜନସାଧାରଣ ଙ୍କ ଉଦେଶ୍ୟ ରେ ନଗର ପରିକ୍ରମା କରାଯାଇଥିଲା। ଏହି ସଫେଇ କାର୍ଯ୍ୟକ୍ରମରେ ଚୌଦ୍ଵାର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ଵର୍ଣ୍ଣ ପ୍ରଭା ସାମଲ, ନଗର ବିଜେଡି କାର୍ଯ୍ୟକାରୀ ସଭାପତି ବିମଳ କୁମାର ବେଉରା, ପାରିଷଦ ଅର୍ଜୁନ ବେହେରା, ୧୭ ନମ୍ବର ୱାର୍ଡ ପାରିଷଦ ଆଶୁତୋଷ ଦାସ, ସମୃଦ୍ଧି ଆଞ୍ଚଳିକ ମହାସଂଘ ସଭାପତି ରଶ୍ମିତା ବେଉରା, ସମ୍ପାଦକ ବିଦ୍ୟୁତ୍ ପ୍ରଭା ନାୟକ, ବବିତା ବେଉରା, ସଂଯୁକ୍ତ ସାହୁ, ରଶ୍ମିତା ସ୍ୱାଇଁ, ଗାୟତ୍ରୀ ବେଉରା, ଅସୀମା ବେଉରା, ଶରଶି ଚୌଧୁରୀ, ମଙ୍ଗରାଜ ବେହେରା, ପ୍ରଭାତ କୁମାର ବେହେରା, ଗିରିଶ କୁମାର ସାହୁ, ବିଷ୍ଣୁ ଚରଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଚୌଦ୍ଵାର ରୁ ପବିତ୍ର କୁମାର ମହାନ୍ତିଙ୍କ ରିପୋର୍ଟ୍ ଜାଗ୍ରତ ଭାରତ ନ୍ୟୁଜ୍।




