ଆମେରିକାର ମେରିଲ୍ୟାଣ୍ଡ ସହରରେ ଭାରତୀୟ ସମ୍ବିଧାନର ଜନକ ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି। ଉଦ୍ଘାଟନୀ ସମାରୋହରେ ୫୦୦ରୁ ଅଧିକ ଭାରତୀୟ-ଆମେରିକୀୟ, ଭାରତୀୟ ଓ ଅନ୍ୟ ଦେଶର ବହୁ ଲୋକ ଯୋଗ ଦେଇଥିଲେ। ୧୯ଫୁଟ ଉଚ୍ଚ ଷ୍ଟାଚ୍ୟୁ ଅଫ ଇକ୍ୱାଲିଟିର ଉଦ୍ଘାଟନୀରେ ଉପସ୍ଥିତ ସମସ୍ତ ଲୋକ ଜୟ ଭୀମ କହି ସ୍ଲୋଗାନ ଦେଇଥିଲେ।
ତେବେ ଆମେରିକାରେ ଅନେକ ଲୋକ ଏହି ଐତିହାସିକ ଘଟଣାର ଅଂଶ ହେବା ପାଇଁ ପ୍ରାୟ ୧୦ ଘଣ୍ଟାର ଦୀର୍ଘ ଯାତ୍ରା କରି ଆସିଥିଲେ।



