ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ର ନୂଆହତା ଗ୍ରାମ ପଞ୍ଚାୟତ ର ସମିତିସଭ୍ୟା ପଞ୍ଚାୟତବାସୀଙ୍କ ପାଣି ସମସ୍ୟା ନେଇ ବଅଁରପାଳ ବ୍ଲକ ରେ ଚାଲିଥିବା ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି। ସମିତିସଭ୍ୟା ଶ୍ରୀମତୀ ଅଞ୍ଜଳି ଦଳବେହେରାଙ୍କ ସୂଚନା ମୁତାବକ ଗ୍ରାମର ୱାର୍ଡ ନମ୍ବର ୩ ଓ ୪ ରେ ଖରା, ବର୍ଷା, ଶୀତ ଏମିତି କୌଣସି ଦିନ ନାହିଁ ଯେଉଁ ସମୟରେ ଜନସାଧାରଣ ଅସୁବିଧା ର ସମୂଖୀନ ହେଉନାହାନ୍ତି। ଗ୍ରାମରେ ଯେଉଁ ନଳକୂପ ଅଛି ସେଥିରୁ ନାଲି ମାଟି ପାଣି ଓ ଲୁଣି ପାଣି ବାହାରୁଛି। ଯାହାଦ୍ୱାରା ଜନସାଧାରଣ ପାଣି ପିଇ ପାରୁ ନାହାନ୍ତି। ଗ୍ରାମରୁ ପ୍ରାୟ ଏକ କିଲୋମିଟର ବାହାରେ ଏକ ନଳକୂପ ଅଛି ସେଥିରୁ ପାଣି ବୋହି ପିଉଛନ୍ତି। ସେଠାରୁ ପାଣି ଆଣି ନପାରିଲେ ସାହି ନଳକୂପ ପାଣି ପିଇ ବିଭିନ୍ନ ସମୟରେ ଲିଭର ଓ କିଡ଼ନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି। ପୂର୍ବରୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଙ୍କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ ସୁଫଳ ମିଳିପାରିନାହିଁ। ନୂତନ ଜିଲ୍ଲାପାଳ ଅବଦଲ୍ଲ ଅଖତରଙ୍କ ବଅଁରପାଳ ବ୍ଲକ୍ ରେ ପ୍ରଥମଃ ଜନଶୁଣାଣୀ ଶିବିର ଅନୁଷ୍ଠିତ ହେଉଥିବାରୁ ଗ୍ରାମବାସୀଙ୍କ ସହ ଶୀମତୀ ଦଳବେହେରା ଆସି ପାଣି ସମସ୍ୟା ସମାଧାନ ପାଇଁ ନେହୁରା ହୋଇଥିଲେ। ଆଗକୁ ଗ୍ରୀଷ୍ମ ରିତୁ ଆସୁଥିବାରୁ ନୂତନ ଜିଲ୍ଲାପାଳ ଗ୍ରାମବାସୀଙ୍କ ସମସ୍ୟା ନିଶ୍ଚିତ ଭାବେ ଶୁଣିବେ ବୋଲି ବିଶ୍ବାସ ର କହିଛନ୍ତି।

April 18, 2026/
No Comments



