ଖଣି ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ।
ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ।କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଚଡକମରା ଠାରେ ରହିଥିବା ଏକ ଖଣିର ପରିତ୍ୟକ୍ତ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା l ଯୋଡ଼ାବ୍ଳକ ବାମେବାରୀ ଥାନା ଚଡ଼କମରା ଠାରେ ରହିଥିବା ମାଙ୍ଗାନିଜ ଖଣିରୁ କମ୍ପାନୀ କତୃପକ୍ଷ ମାଙ୍ଗାନିଜ ନେବାପରେ ଉକ୍ତ ଖାଲକୁ କତୃପକ୍ଷ ସମତୁଲ ନକରି ସେହିପରି ଛାଡି ଦେଇଥିବାରୁ ସେଠାରେ ପାଣି ଜମିରହିଥିଲା l ସେହି ପରିତ୍ୟକ୍ତ ଖାଲରେ ପାଣି ଜମି ରହିଥିବାରୁ ଉକ୍ତ ଖଣି ଅଞ୍ଚଳକୁ ଚଡ଼କମରା ଗ୍ରାମର ମାନସିଂ ମୁଣ୍ଡା ଗତକାଲି ସଂଧ୍ୟାରେ ଶୌଚ କରିବା ପାଇଁ ଯାଇ ଆଉ ଫେରି ନଥିଲେ l ତେବେ ମାନସିଂ ସେହି ଖାଲରେ ଗୋଡ଼ ଖସି ଯିବାରୁ ପଡ଼ିଯାଇ ବୁଡି ମୃତ୍ୟୁ ବରଣ କରିଥିବା ନେଇ ସନ୍ଦେହ ହେଉଛି l ବହୁ ଖୋଜାଖୋଜି ପରେ ଆଜି ସକାଳେ କିଛି ଲୋକେ ତାଙ୍କୁ ଦେଖି ବମେବାରି ପୋଲିସକୁ ଖବର ଦେଇଥିଲେ,ଘଟଣା ସ୍ଥଳରେ ବାମେବାରୀ ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିବା ବେଳେ ପୋଲିସ ଶବକୁ ବ୍ୟବଛେଦ ପାଇଁ ପଠାଇଥିବା ବେଳେ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚଳାଇଥିବା ନେଇ ସୂଚନା l
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



