ଅନୁଗୋଳ – ତା ୦୪-୧୧, ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡା ସଂଗଠନ ଆନୁକୁଲ୍ୟରେ ବଲାଙ୍ଗୀର ସ୍ଥିତ ପ୍ରୁଥିରାଜ୍ ଉଚ୍ଚ ବିଦ୍ୟାଳୟ ଠାରେ ୬୮ ତମ ରାଜ୍ୟ ବିଦ୍ୟାଳୟ ସମୂହ ଉଶୁ ପ୍ରତିଯୋଗିତା ୩ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଗୋଳ ଜିଲ୍ଲାରୁ ପ୍ରାୟ ୨୧ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରି ୧୭ ଟି ପଦକ ହାସଲ କରିଛନ୍ତି, ୩ ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଓ୬ ଟି କାଂସ୍ୟ । ପ୍ରଥମ କରି ରାଜ୍ୟ ବିଦ୍ୟାଳୟ କ୍ରୀଡ଼ାରେ ଊସୁ ଖେଳ ଟି ସାମିଲ ହୋଇଥିବାରୁ ଏଥିରେ କ୍ରୀଡାବିତ୍ ମାନଙ୍କର ଆଗ୍ରହ ବଢ଼ିଛି, ରାଜ୍ୟରେ ଅନୁଗୋଳ ୨ୟ ସ୍ଥାନ ଅଧିକାର କରିଥିବାରୁ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀ, ଶାରୀରିକ ଶିକ୍ଷା ଅଧିକାରୀ, ଓ କ୍ରୀଡାବିତ୍ ମାନେ ପ୍ରଶଂସା କରିବା ସହିତ ପିଲାମାନଙ୍କର ଭବିଷ୍ୟତ ଉଜ୍ବଳ କାମନା କରିଛନ୍ତି। ଇଥି ସହିତ ଜିଲ୍ଲା କ୍ରୀଡା ଅଧିକାରୀ, ଅକ୍ଷୟ କୁମାର ସିଠ , କ୍ରୀଡା ଶିକ୍ଷକ,- ଦୋଳ ଗୋବିନ୍ଦ ଦଳେଇ, ଦୁଷ୍ମତ ସାହୁ, କୋଚ, ଚିତ୍ତରଞ୍ଜନ ମହନ୍ତ ଇତ୍ୟାଦି ରେଲୱେ ଷ୍ଟେସନ ଯାଇ କ୍ରୀଡାବିତ୍ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

April 21, 2026/
No Comments


