ସାମ୍ୱାଦିକଙ୍କୁ ଗାଳିଗୁଲଜ ଓ ଜାତିଆଣ ଆକ୍ଷେପକୁ ଦୃଢ଼ ନିନ୍ଦା, କାର୍ଯ୍ୟାନୁଷ୍ଠାନ ଦାବି
ଲାଞ୍ଜିଗଡ଼, (ଖବର ) ଲାଞ୍ଜିଗଡ଼ିଆ ସାମ୍ବାଦିକମାନଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ପଶାଇ ଦେବିନି, ଗୋଡ଼େଇ ଗୋଡ଼େଇ ମାରିବି ବୋଲି ମଦପିଇ ହତ୍ୟା ଧମକ ଦେବା ସହିତ ଜାତିଆଣ ଆକ୍ଷେପ କରିବା ଜଣେ ଜିଲ୍ଲାସ୍ତରୀୟ ସାମ୍ବାଦିକଙ୍କୁ ମହଙ୍ଗା ପଡିଛି। ଆଜି ଏନେଇ ଲାଞ୍ଜିଗଡ ବ୍ଲକ ସାମ୍ବାଦିକ ସମୁହ ପକ୍ଷରୁ ଆୟୋଜିତ ଏକ ଜରୁରୀ ବୈଠକରେ ଏହି ଘଟଣାକୁ ଦୃଢ଼ ନିନ୍ଦା କରାଯିବା ସହିତ ସମ୍ପୃକ୍ତ ମଦୁଆ ସାମ୍ବାଦିକଙ୍କୁ ତୁରନ୍ତ ଗିରଫ କରାଯିବାକୁ ଦାବି ହେଉଛି। ସୂଚନା ଅନୁସାରେ, ମଙ୍ଗଳବାର ଦିନବେଳେ ଭବାନୀପାଟଣାସ୍ଥିତ ବାଲାଜୀ ମନ୍ଦିର ପରିସରରେ ବରିଷ୍ଠ ସାମ୍ବାଦିକ ବିଜୟ ଦ୍ବିବେଦୀଙ୍କ ଶୋକସଭା ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଲାଞ୍ଜିଗଡ ବ୍ଲକର କୋଡିଏରୁ ଅଧିକ ସାମ୍ବାଦିକ ସାମିଲ ହୋଇଥିଲେ। ସେଠାରେ ନିଜକୁ ସାମ୍ବାଦିକ ବୋଲାଉଥିବା ରଜନୀ ମିଶ୍ର, ଅତର୍କିତ ଭାବେ ମାରି ଗୋଡ଼ାଇବା ସହିତ ଲାଞ୍ଜିଗଡ଼ର ସାମ୍ବାଦିକମାନଙ୍କୁ ଭବାନୀପାଟଣା ପଶେଇ ଦେବିନି, ସମସ୍ତଙ୍କୁ ଗୋଡ଼ ହାତ ଭାଙ୍ଗିଦେବି, ଜଣ ଜଣ କରି ଜୀବନରେ ମାରିବି ବୋଲି ଧମକ ଦେବା ସହ କିଛି ସାମ୍ବାଦିକଙ୍କୁ ଜାତିଆଣ ଆକ୍ଷେପ କରିବା ନେଇ ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ ହୋଇଛି। ଏପରିକି ତାଙ୍କୁ ଗିରଫ କରାନଗଲେ ଲାଞ୍ଜିଗଡ ସାମ୍ବାଦିକ ସମୁହ ରାସ୍ତାକୁ ଓହ୍ଲାଇବା ସହିତ ଆବଶ୍ୟକ ହେଲେ ଥାନା ଘେରାଉ କରିବାକୁ ଚେତାବନୀ ଦିଆଯାଇଛି। ଆଜି ବିଶ୍ୱନାଥପୁର ଠାରେ ଅନୁଷ୍ଠିତ ଏହି ଜରୁରୀ ବୈଠକରେ ବରିଷ୍ଠ ସାମ୍ବାଦିକ କୈଳାସ ସାହୁ ସଭାପତିତ୍ବ କରିଥିବାବେଳେ ସାମ୍ବାଦିକ ନୀଲେଶ କୁମାର ନାଗ ସ୍ୱାଗତ ଭାଷଣ ଦେଇଥିବାବେଳେ ଗୋପାଳଦାସ ମହାନନ୍ଦ ସଭା ପରିଚାଳନା କରିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ବି. ତ୍ରିପତି ପାତ୍ର, ସନ୍ତୋଷ ତୁଳ, ପରେଶ ନାୟକ, କ୍ଷମାନିଧି ମହାଖୁଡ଼, ଏମ. ଚନ୍ଦ୍ରଶେଖର, ସୁଶୀଲ କୁମାର ବାଗ, ରମେଶ ନାୟକ, ଦିଲୀପ ନାଏକ, ପ୍ରଭୁରଞ୍ଜନ ସାମଲ, ତୁଳସୀରାମ ପ୍ରଧାନୀ, ମନୋଜ ଦୋରା, ମଳୟ ବେନୁଆଁ,ଦିଲୀପ ପଟ୍ଟନାୟକ, ଦେବାନନ୍ଦ ମାଝୀ, ସାଗର ବେନାଲ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଲାଞ୍ଜିଗଡ ବ୍ଲକର କୌଣସି ସାମ୍ବାଦିକଙ୍କ ବିରୋଧରେ ଯେ କେହି ନକରାତ୍ମକ ମନ୍ତବ୍ୟ ଦେଲେ ଆଦୌ ବରଦାସ୍ତ କରାଯିବନି ଏଥର ତୀବ୍ର ବିରୋଧ କରାଯିବ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା। କଳାହାଣ୍ଡିରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ



