ଭୂବନେଶ୍ୱର, ୧୧/୧୧ : ରାସନ ଚାଉଳ ଦେବାର ପ୍ରଲୋଭନ ଦେଖାଇ ଜଣେ ବିଧବା ମହିଳାଙ୍କୁ ଡାକି ଦୁଷ୍କର୍ମ କରାଯାଇଛି । ଦୁଷ୍କର୍ମ ଅଭିଯୋଗରେ ଗତ ୪ ତାରିଖରେ ଯୋଗାଣ ସହାୟକ ଗିରିଶଚନ୍ଦ୍ର ସାହୁଙ୍କ ନାଁରେ ଅଭିଯୋଗ ଆଣିଥିଲେ ପୀଡ଼ିତା। ପ୍ରାୟ ଦେଢବର୍ଷ ତଳେ ଗିରିଶଚନ୍ଦ୍ର ପଞ୍ଚାୟତକୁ ଡାକି ସେଠାରେ କେହି ନ ଥିବା ବେଳେ ସେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏଥିସହ ମହିଳାଙ୍କ ନଗ୍ନ ଭିଡିଓ ଉତ୍ତୋଳନ କରିଥିବା ବେଳେ ତାହାକୁ ଭାଇରାଲ କରିବାର ଧମକ ଦେଇ ସେ ବହୁବାର ତାଙ୍କୁ ଡାକୁଥିଲେ। ମାତ୍ର ନ ଶୁଣିବାରୁ ତାଙ୍କ ଭିଡିଓଟି ଭାଇରାଲ କରିଦେଇଥିବା ଅଭିଯୋଗ କରିଥିଲେ ପୀଡ଼ିତା।ଯୋଗାଣ ସହାୟକ ଗିରିଶ ଚନ୍ଦ୍ର ସାହୁଙ୍କ ସହ ତାଙ୍କର ଉଚ୍ଚବାଚ ହୋଇଥିଲା। ଏହାପରେ ପୀଡ଼ିତାଜଣକ ଗିରିଶ ଚନ୍ଦ୍ରଙ୍କୁ ଚପଲରେ ପିଟିଥିଲେ। ଗିରିଶ ଚନ୍ଦ୍ର ଓ ତାଙ୍କ ସହଯୋଗୀ ସୁବଳ ବିଶ୍ୱାଳ ମଧ୍ୟ ମହିଳାଙ୍କୁ ଆକ୍ରମଣ କରିଥିଲେ। ଉକ୍ତ ଭିଡିଓ ଭାଇରଲ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ପରେ ମହିଳା ଜଣଙ୍କ ଥାନାରେ ଦ୍ୱାରସ୍ଥ ହୋଇଥିଲେ। ପରେ ଯୋଗାଣ ସହାୟକ ଫେରାର ହୋଇଯାଇଥିଲେ। ଆଗଲପୁର ପୁଲିସ ଆଜି ତାଙ୍କୁ ଗିରଫ କରି ପଚରାଉଚରା କରୁଛି।
ଗତ ୪ ତାରିଖରେ ଯୋଗାଣ ସହାୟକ ଗିରିଶଚନ୍ଦ୍ର ସାହୁଙ୍କ ନାଁରେ ଅଭିଯୋଗ ଆଣିଥିଲେ ପୀଡ଼ିତା। ପ୍ରାୟ ଦେଢବର୍ଷ ତଳେ ଗିରିଶଚନ୍ଦ୍ର ପଞ୍ଚାୟତକୁ ଡାକି ସେଠାରେ କେହି ନ ଥିବା ବେଳେ ସେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏଥିସହ ମହିଳାଙ୍କ ନଗ୍ନ ଭିଡିଓ ଉତ୍ତୋଳନ କରିଥିବା ବେଳେ ତାହାକୁ ଭାଇରାଲ କରିବାର ଧମକ ଦେଇ ସେ ବହୁବାର ତାଙ୍କୁ ଡାକୁଥିଲେ। ମାତ୍ର ନ ଶୁଣିବାରୁ ତାଙ୍କ ଭିଡିଓଟି ଭାଇରାଲ କରିଦେଇଥିବା ଅଭିଯୋଗ କରିଥିଲେ ପୀଡ଼ିତା।
ଯୋଗାଣ ସହାୟକ ଗିରିଶ ଚନ୍ଦ୍ର ସାହୁଙ୍କ ସହ ତାଙ୍କର ଉଚ୍ଚବାଚ ହୋଇଥିଲା। ଏହାପରେ ପୀଡ଼ିତାଜଣକ ଗିରିଶ ଚନ୍ଦ୍ରଙ୍କୁ ଚପଲରେ ପିଟିଥିଲେ। ଗିରିଶ ଚନ୍ଦ୍ର ଓ ତାଙ୍କ ସହଯୋଗୀ ସୁବଳ ବିଶ୍ୱାଳ ମଧ୍ୟ ମହିଳାଙ୍କୁ ଆକ୍ରମଣ କରିଥିଲେ। ଉକ୍ତ ଭିଡିଓ ଭାଇରଲ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ପରେ ମହିଳା ଜଣଙ୍କ ଥାନାରେ ଦ୍ୱାରସ୍ଥ ହୋଇଥିଲେ। ପରେ ଯୋଗାଣ ସହାୟକ ଫେରାର ହୋଇଯାଇଥିଲେ। ଆଗଲପୁର ପୁଲିସ ଆଜି ତାଙ୍କୁ ଗିରଫ କରି ପଚରାଉଚରା କରୁଛି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


