ନିରୀହ ଆଦିବାସୀଙ୍କୁ ବୋକା ବନାଉଛି JSW କମ୍ପାନୀ

କେନ୍ଦୁଝର ଜିଲ୍ଲା ଏକ ଖଣିଜ ସମ୍ପଦ ଭରା ଓ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଗୁଡ଼ିଏ ବାହାର ଅଞ୍ଚଳର ଖଣି କମ୍ପାନୀ ଆସି ଖଣି କାର୍ଯ୍ୟ କରୁଥିବା ବେଳେ କିଛି କମ୍ପାନୀ ଏଠାକାର ନିରୀହ ଆଦିବାସୀଙ୍କୁ ବୋକା ବନେଇ ଭୁଆଁ ବୁଲାଇବା ଦେଖିବାକୁ ମିଳେ।

ସେଇଭଳି ଏକ ଖଣି କମ୍ପାନୀ ହେଉଛି JSW କମ୍ପାନୀ। ଏହି jsw କମ୍ପାନୀ ବଡ଼ବିଲ ଥାନା ଅନ୍ତର୍ଗତ ତଥା କାରାଖେଣ୍ଡରା ପଞ୍ଚାୟତ ଅଧିନରେ ଥିବା କଲହବର୍ପଦା ଗ୍ରାମରେ ଏକ ପାଣି ବୋରୱେଲ କରିବାକୁ ପ୍ରତିଶ୍ରୁତି ଦେଇ ନିଜ କାମ ହାତେଇବା ପରେ ଏକ ପାଣି ଟାଙ୍କି ଲଗାଇ ନିଜର ନାମ ଫଳକ ଲେଖି jsw କମ୍ପାନୀ ଅଧା ପନ୍ତିଆର କାର୍ଯ୍ୟ କରି ଛାଡ଼ି ଦେଇଛି, ଯାହାପାଇଁ ଅଞ୍ଚଳ ବାସିନ୍ଦା ମାନେ ନାହିଁନଥିବା ଦୁର୍ଦ୍ଦଶା ଭୋଗ କରୁଥିବା ବେଳେ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ଏକ ଝରଣା ପାଣି ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । ଶୁଣନ୍ତୁ କଣ କହୁଛନ୍ତି ଗ୍ରାମବାସୀ।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


