ଭୂବନେଶ୍ୱର,୧୯/୦୩ : ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ସ୍ବର୍ଗତ ନବ ଦାସଙ୍କ ସ୍ତ୍ରୀ ମିନତି, ଝିଅ ଦୀପାଳି ଏବଂ ପୁଅ ବିଶାଳ ଲୋକସେବା ଭବନରେ ଭେଟିଛନ୍ତି। ଚାଲିଥିବା କ୍ରାଇମବ୍ରାଞ୍ଚ ତଦନ୍ତ ଏବଂ ସିବିଆଇ ତଦନ୍ତ ଦାବି ନେଇ ଆଲୋଚନା ଚାଲିଛି । ଦୀର୍ଘଦିନ ଧରି ତାଙ୍କ ଝିଅ ଦୀପାଳି ଦାସ ମୁଖ୍ୟମନ୍ତ୍ରୀଙ୍କଠାରେ ସିବିଆଇ ତଦନ୍ତ ଲାଗି ଦାବି କରିବେ ବୋଲି କହି ଆସୁଥିବାବେଳେ ସୋମବାର ନବଙ୍କ ସ୍ତ୍ରୀ ମିନତି ଦାସ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍ କରିଥିଲେ।
ଉକ୍ତ ଘଟଣାରେ ସରକାର ହସ୍ତକ୍ଷେପ କରନ୍ତୁ ବୋଲି ସେ ଅନୁରୋଧ କରିଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କୁ ମିନତି ଭେଟିବା ପାଇଁ ସମୟ ଦିଆଯାଇଥିଲା। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ଅପରାହ୍ନ ୫ଟାରେ ମିନତି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଉକ୍ତ ହତ୍ୟାକାଣ୍ଡ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି।ନବ ଦାସଙ୍କ ହତ୍ୟା ଘଟଣାରେ ପରିବାର ଲୋକେ ଅସନ୍ତୁଷ୍ଟ ରହିଛନ୍ତି। ପୂର୍ବ ସରକାର ତାଙ୍କୁ ନ୍ୟାୟ ଦେଇପାରିଲା ନାହିଁ। ଏବେ ସେମାନେ ମୋହନ ସରକାରଙ୍କ ଉପରେ ଭରସା କରିଛନ୍ତି। ଏହାକୁ ନେଇ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ମଙ୍ଗଳବାର କ୍ରାଇମ୍ବ୍ରାଞ୍ଚର ଗୋଟିଏ ଟିମ୍ ନବଙ୍କ ଘରେ ଘଟଣାର ଅନୁସନ୍ଧାନ କରି ବୟାନ ରେକର୍ଡ କରିଛି ବୋଲି ମନ୍ତ୍ରୀ କହିଥିଲେ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-15-scaled.jpg)
