ଭୂବନେଶ୍ୱର, ୧୯/୦୩ : ଏପ୍ରିଲ ୨ ରୁ ସକାଳୁଆ ସ୍କୁଲ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୨ ରୁ ସକାଳୁଆ ସ୍କୁଲ । ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ପ୍ରଦାନ କରିଛନ୍ତି । ତେବେ ସକାଳ ୭ଟାରୁ ୯ଟା ଯାଏଁ ରାଜ୍ୟରେ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲାରହିବ । ତାତି ବଢିଲେ ଅଙ୍ଗନବାଡି କେନ୍ଦ୍ର ଛୁଟି ସହିତ ପିଲାଙ୍କ ପାଇଁ ହୋମ୍ ଡେଲିଭର କରାଯିବ ଖାଦ୍ୟ ।
ଦିନ ୧୧ ଟାରୁ ୩ ଟା ଯାଏ ଶ୍ରମିକ ମାନଙ୍କ କାମ ବନ୍ଦ । ଖିଲାପ କଲେ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ରାସ୍ତାରେ ବିଭିନ୍ନ ସ୍ଥାନରେ ଛାଇ ପାଇଁ ଛାମୁଡ଼ିଆ ଲାଗିବ । ଜଳ ଛତ୍ର ଖୋଲାଯିବ । ୩୦୦ କୋଟି ଦିଆଯାଇଛି ନଳକୂପ ଖନନ ପାଇଁ ଜିଲା ଗୁଡି କୁ ଦିଆଯାଇଛି । ଅଘୋଷିତ ବିଜୁଳି କାଟ୍ ହେବନି । ଦିନ ୧୧ ରୁ ୩ ଓ ରାତିରେ ବିଦ୍ୟୁତ୍ କାଟ ହେବନି କିନ୍ତୁ ଘୋଷିତ ବିଦ୍ୟୁତ୍ କାଟ ହେବ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-15-scaled.jpg)
